ପିଅନ୍ତୁ ତେଜପତ୍ର ପାଣି ମହୌଷଧୀ ଭଳି କାମ କରିବ

Truthink
ସେୟାର କରନ୍ତୁ

ତେଜପତ୍ର କେବଳ ଯେ ଖାଦ୍ୟର ସୁଗନ୍ଧ ପାଇଁ ବ୍ୟବହାର କରାଯାଏ ତା ନୁହେଁ, ବରଂ ଏହା ଆମ ଶରୀର ପାଇଁ ମଧ୍ୟ ବେସ ଉପକାରୀ ହୋଇଥାଏ । ତେଜ ପତ୍ରରେ ରହିଛି ଅନେକ ଔଷଧୀୟ ଗୁଣ ଯାହା ଆମକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ । ପ୍ରତିଦିନ ତେଜପତ୍ର ପାଣି ପିିଇଲେ ଆମକୁ ଅନେକ ଫାଇଦା ମିଳିଥାଏ । ତେବେ ଜାଣନ୍ତୁ କେଉଁ ସବୁ ରୋଗ ଦୂର କରିଥାଏ ତେଜପତ୍ର….

  • ରାତିରୁ ପାଣିରେ ଭିଜା ଯାଇଥିବା ତେଜପତ୍ର ପାଣିରୁ ସକାଳେ ଅଧାକପ୍‌ ପିଇଲେ ପେଟରେ ଥିବା ଚର୍ବି କମିବାକୁ ଆରମ୍ଭ କରିଥାଏ । ଏହା ମେଦବହୁଳ ରୋଗୀଙ୍କ ପାଇଁ ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି ।
  • ତେଜପତ୍ର ପାଣିରେ ଫୋଲିକ୍‌ ଏସିଡ୍‌, ଆଣ୍ଟି-ଅକ୍ସିଡାଣ୍ଟ୍‌, ଫାଇଟୋ ନ୍ୟୁଟ୍ରେଣ୍ଟସ୍‌, ସାଲିସାଇଲେଟ୍‌, କ୍ୟାଫିକ୍‌ ଏସିଡ୍‌, ଭିଟାମିନ୍‌ ତଥା ଖଣିଜ ପଦାର୍ଥ ରହିଥାଏ। ଏହାଦ୍ୱାରା ଡାଇବେଟିସ୍‌, ହାର୍ଟ ସମସ୍ୟା, ମହିଳାଙ୍କ ରତୁସ୍ରାବ ସମସ୍ୟା ଆଦି ଦୂର ହୋଇଥାଏ ।
  • ତେଜ ପତ୍ର,ଅଦା,ହଳଦୀ ଗୁଣ୍ଡ ଓ ଲେମ୍ବି ମିଶାଇ କାଢା ପ୍ରସ୍ତୁତ କରି ପିଇଲେ ଏହା ଆମ ଶରୀରକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ ।
  • ଥଣ୍ଡା ଏବଂ କାଶ ନିରାକରଣ କ୍ଷେତ୍ରରେ ଏହାର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ତେଜପତ୍ର,ଅଦା,ଚିନିର କାଢା ପ୍ରସ୍ତୁତ କରି ପିଇଲେ ଏହା ଥଣ୍ଡା କାଶରୁ ମୁକ୍ତି ଦେଇଥାଏ । ତେଜପତ୍ର ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥିବାରୁ ପ୍ରତିଦିନ ଅଧାକପ୍‌ ଉଷୁମ ତେଜପତ୍ର ପାଣି ପିଇଲେ ଶରୀର ନିରାମୟ ରହିଥାଏ ।

ସେୟାର କରନ୍ତୁ