Coronavirus: କରୋନା ମାମଲା ପୁଣି ବଢ଼ିଲା, 24 ଘଣ୍ଟାରେ ସାମ୍ନାକୁ ଆସିଲା 34 ହଜାରରୁ ଅଧିକ ନୂଆ କେସ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟ ଏବେ ମଧ୍ୟ ଟଳିନାହିଁ । ଲଗାତାର ଚତୁର୍ଥ ଦିନ ମଧ୍ୟ କରୋନା ମାମଲା ବଢି଼ଅଛି । ଦେଶରେ ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 34 ହଜାର 403 ନୂଆ କେସ ସାମ୍ନାକୁ ଆସିଅଛି । ତେବେ 24 ଘଣ୍ଟା ମଧ୍ୟରେ 320 ଲୋକଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 37 ହଜାର 950 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

କରୋନାର ଶେଷ 7 ଦିନର ତଥ୍ୟ

ସେପ୍ଟେମ୍ବର 10 – 33,376
ସେପ୍ଟେମ୍ବର 11- 28,591
ସେପ୍ଟେମ୍ବର 12- 27,254
ସେପ୍ଟେମ୍ବର 13- 25404
ସେପ୍ଟେମ୍ବର 14- 27,176
ସେପ୍ଟେମ୍ବର 15- 30,570
ସେପ୍ଟେମ୍ବର 16- 34,403

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 3 କୋଟି 33 ଲକ୍ଷ 81 ହଜାର 728କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ 4 ଲକ୍ଷ 44 ହଜାର 248 ଲୋକଙ୍କର ଜୀବନ ଯାଇଅଛି । ତେବେ ଏପର୍ଯ୍ୟନ୍ତ 3 କୋଟି 25 ଲକ୍ଷ 98 ହଜାର 424 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ଏବେ ଦେଶରେ ଆକ୍ଟିଭ ମାମଲା ବଢିକରି 3 ଲକ୍ଷ 39 ହଜାର 056 ହୋଇଯାଇଛି,ଅର୍ଥାତ ଏତିକି ଲୋକଙ୍କର ଚିକିତ୍ସା ଚାଲୁଅଛି ।


ସେୟାର କରନ୍ତୁ