ରାହୁଲ ଗାନ୍ଧୀ PM ମୋଦିଙ୍କୁ ଦେଲେ ଜନ୍ମ ଦିନର ଅଭିନନ୍ଦନ, ଜାଣନ୍ତୁ କଣ କହିଲେ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର 71 ତମ ଜନ୍ମଦିନ ପାଳନ କରୁଛନ୍ତି । ଦେଶର ସମସ୍ତ ନେତା ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି ।

ରାହୁଲ ଗାନ୍ଧୀ ଟ୍ୱିଟରରେ ଲେଖିଛନ୍ତି, “Happy birthday, Modi ji.”

କହିବା କି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ବିଜେପି 20 ଦିନିଆ ଦେଶବ୍ୟାପୀ ଅଭିଯାନ ଯୋଜନା କରିଛି ଯାହା ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର 7 ରେ ଶେଷ ହେବ । ଏଥି ସହ କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନକୁ ‘ ରାଷ୍ଟ୍ରୀୟ ବେରୋଜଗାରୀ ଦିବସ’ ଭାବରେ ପାଳନ କରୁଛି ।

ବିଜେପିର ଏହି 20 ଦିନିଆ ଅଭିଯାନ ପଛର କାରଣ ହେଉଛି ଆଜିଠାରୁ 20 ଦିନ ପରେ ଅର୍ଥାତ୍ 7 ଅକ୍ଟୋବର, 20 ବର୍ଷ ପୂର୍ବେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ବିଜେପି ଏହି ଅଭିଯାନକୁ 7 ଅକ୍ଟୋବର ପର୍ଯ୍ୟନ୍ତ ଚଳାଇବାକୁ ନିଷ୍ପତ୍ତି ନେଇଛି । ଏଥି ସହ ବିଜେପି ଏକ ଚାରିଜଣିଆ କମିଟି ଗଠନ କରିଛି ଯାହା ଦଳୀୟ କର୍ମୀଙ୍କ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରିବ । କହିବାକି, ଏହି କମିଟି ନେତୃତ୍ୱ କୈଳାଶ ବିଜୟବର୍ଗିୟଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହି ଅଭିଯାନ ଅଧୀନରେ ରକ୍ତଦାନ ଶିବିର, ମୋଦୀଙ୍କ ଜୀବନୀ ଉପରେ ପ୍ରଦର୍ଶନୀ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କୁହାଯାଉଛି । ଏହା ସହିତ ଦଳର ସମସ୍ତ କାର୍ଯ୍ୟାଳୟରୁ ଲକ୍ଷ ଲକ୍ଷ ପୋଷ୍ଟ କାର୍ଡ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଠାଯିବ ।


ସେୟାର କରନ୍ତୁ