ରାତିରେ ଉପବାସରେ ଶୋଇଲେ ଦେଖାଦେଇପାରେ ଏହି ସବୁ ସମସ୍ୟା

Truthink
ସେୟାର କରନ୍ତୁ

ସମୟ ବଦଳିବା ସହିତ ଲୋକଙ୍କ ଜୀବନଶୈଳୀରେ ବି ପରିବର୍ତ୍ତନ ଦେଖାଦେଉଛି। ଆଧୁନିକ ଜୀବନଶୈଳୀକୁ ଆପଣେଇ ନେଇଥିବା ଲୋକ ଏବେ ବିଳମ୍ବିତ ରାତିରେ ଖାଇବା ଓ ଶୋଇବା ଅଭ୍ୟାସ କରିଦେଇଛନ୍ତି।

ଅଧିକାଂଶ ଲୋକ ବିଳମ୍ବିତ ରାତିଯାଏଁ ନ ଶୋଇ କିଛି ନା କିଛି କାମରେ ଲାଗିଥା’ନ୍ତି ଓ ବିଳମ୍ବିତ ରାତିରେ ଖାଦ୍ୟ ବି ଖାଇଥା’ନ୍ତିା ହେଲେ ଏହି ଅଭ୍ୟାସ ଶରୀରକୁ ପ୍ରଭାବିତ କରିଥାଏ। ବିଭିନ୍ନ ରୋଗକୁ ଆମନ୍ତ୍ରଣ କରିଥାଏ।

ବିଳମ୍ବିତ ରାତିରେ ଖାଇଲେ ଖାଦ୍ୟ ସହଜରେ ହଜମ ହୋଇ ନଥାଏ। ଫଳରେ ଗ୍ୟାଷ୍ଟ୍ରିକ ସମସ୍ୟା ଦେଖାଦିଏ।

ବିଳମ୍ବିତ ରାତିରେ ଖାଇଲେ ହଜମ ପ୍ରକ୍ରିୟା ବି ପ୍ରଭାବିତ ହୋଇଥାଏା କାରଣ ଏହି ସମୟରେ ଖାଦ୍ୟ ଖାଇଲେ ତାହା ଠିକ ସେ ହଜମ ହୋଇନଥାଏ। ଏଥିପାଇଁ ଖାଇବା ପରେ ପରେ ନଶୋଇ କିଛି ସମୟ ଏପଟ ସେପଟ ହେବାକୁ ପରାମର୍ଶ ଦିଆଯାଇଥାଏ।

ବିଳମ୍ବିତ ରାତିରେ ଖାଦ୍ୟ ଖାଇଲେ ଓଜନ ବଢ଼ିଥାଏ। କାରଣ ଡେରିରେ ରାତିରେ ଖାଇଲେ ଶୋଇବାରେ ସମସ୍ୟା ହୋଇଥାଏା ଏହା ଓଜନ ଉପରେ ପ୍ରଭାବ ପକାଇଥାଏ।

ଏହି ଅଭ୍ୟାସ ଦ୍ୱାରା ରକ୍ତଚାପ ସମସ୍ୟା ବି ହୋଇଥାଏ। ଏକ ସର୍ଭେରୁ ଜଣାପଡ଼ିଛି ବିଳମ୍ବିତ ରାତିରେ ଖାଇଲେ ଏହା ରକ୍ତଚାପ ବୃଦ୍ଧି କରିବା ସହ ସୁଗାର ଲେଭଲ ବି ବଢ଼ିଥାଏ।


ସେୟାର କରନ୍ତୁ