ରାଜ୍ୟରେ 110 କରୋନା ପଜିଟିଭ ଚିହ୍ନଟ

Truthink
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ଥମିବାର ନାଁ ଧରୁନାହିଁ । ଆଜି ପୁଣି 110 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 97 ଜଣ କ୍ଵାରାଣ୍ଟିନ ସେଣ୍ଟରରେ ଏବଂ 13ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଅଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ମଧ୍ୟରୁ ଜଗତସିଂହପୁରରୁ ସର୍ବାଧିକ 33 ଜଣ, ରାୟଗଡାରୁ 4 ଜଣ, କଟକରୁ 20 ଜଣ, ଝାରସୁଗୁଡ଼ାରୁ ଏକ, ଖୋର୍ଦ୍ଧାରୁ 14 ଜଣ, ନୟାଗଡ଼ରୁ 4 ଜଣ, ବରଗଡ଼ରୁ 2 ଜଣ, ଭଦ୍ରକରୁ ଜଣେ, କଳାହାଣ୍ଡିରୁ 4 ଜଣ, ଗଜପତିରୁ 11 ଜଣ, ପୁରୀରୁ 7 ଜଣ, ବଲାଙ୍ଗୀରରୁ ଜଣେ, କେନ୍ଦ୍ରାପଡାରୁ ଜଣେ, ମୟୁରଭଞ୍ଜରୁ 4 ଜଣ, କୋରାପୁଟରୁ ଜଣେ, କେଉଁଝରରୁ ଜଣେ ଓ ବୌଦ୍ଧରୁ ଜଣେ ଚିହ୍ନଟ ହୋଇଥିବା ଜଣାଯାଇଅଛି ।

କହିବାକି, ରାଜ୍ୟରେ ମୋଟ୍ 3250ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ 1106ଟି ଆକ୍ଟିଭ୍‌ କେସ୍‌ ରହିଅଛି ଏବଂ 2133 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୯ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।


ସେୟାର କରନ୍ତୁ