ଆପଣ ଜାଣନ୍ତି କି କଲରାର ଉପକାରୀ ଗୁଣ ବିଷୟରେ

Truthink
ସେୟାର କରନ୍ତୁ

ଆମେ ସମସ୍ତେ ଜାଣିଛେ କଲରା ହେଉଛି ଏକ ପିତା ପରିବା । ତେଣୁ ଏହାକୁ ଖାଇବାକୁ କେତେକ ଲୋକ ଅନିଚ୍ଛା ପ୍ରକାଶ କରନ୍ତି । କିନ୍ତୁ ଏହି କଲରାର ଉପକାରୀ ଗୁଣ ବିଷୟରେ ଆପଣ ଜାଣିଲେ ଚକିତ ହୋଇଯିବେ ।

କଲରାର ଉପକାରୀ ଗୁଣ

1- କଲରାକୁ  ଖାଇବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ଦୂର ହୋଇଥାଏ ।

2- କଲରା ସେବନ ଦ୍ୱାରା କେବଳ ରକ୍ତ ସଫା ହୁଏ ତାହା ନୁହେଁ ବରଂ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଭଲ ହୋଇ ଯାଇଥାଏ । ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି କି, କଲରା ଖାଇବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ସହ ଲଢିବାକୁ ସହାୟକ ମିଳିଥାଏ ।

3- ଶରୀର ପାଇଁ କଲରା ବହୁତ ଉପକାରୀ । ମଧୁମେୟ ରୋଗ ଏବଂ ରକ୍ତକୁ ସଫା ରଖିବା ପାଇଁ ଅନେକ ଲୋକ କଲରାକୁ ଜୁସ୍ କରି ସେବନ କରିଥାନ୍ତି । ସେଣ୍ଟ ଲୁଇସ ୟୁନିଭରସିଟିର ଗବେଷକମାନେ କଲରାର ଗୁଣକୁ ପରୀକ୍ଷା କରିବା ପାଇଁ ଏହାକୁ ମୂଷା ଉପରେ ପ୍ରୟୋଗ କରିଥିଲେ । ଏଥିରୁ ଜଣାପଡିଲା କି କଲରା କର୍କଟ ରୋଗକୁ ମୁକାବିଲା କରିବାରେ ସହାୟକ ହୋଇପାରିବ ।
4- କଲରା ଖାଇବା ଦ୍ୱାରା କଫ, କୋଷ୍ଠକାଠିନ୍ୟ ଏବଂ ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ ।
5- କଲରା ସେବନ ଦ୍ୱାରା ପାଚନ ପ୍ରକ୍ରିୟା ସଠିକ୍ ରହିଥାଏ ଏବଂ ଭୋଗ ବି ଲାଗିଥାଏ । କେବଳ ଏତିକି ନୁହେଁ କଲରା ଦ୍ୱାରା ଆସ୍ଥମା ରୋଗ ଦୂର ହେବା ସହ ଯକୃତ ମଜବୁତ ରହିଥାଏ । ସବୁଠାରୁ ବଡ କଥା ହେଉଛି କଲରା ଦ୍ୱାରା ଜଣ୍ଡିସ୍  ହୁଏ ନାହିଁ


ସେୟାର କରନ୍ତୁ