ପର୍ଜଙ୍ଗ: ଅତ୍ୟଧିକ ବର୍ଷା ଯୋଗୁଁ 53 ନମ୍ବର ଜାତୀୟ ରାଜପଥର ପେରେପେରିଆ ଜୋଡର ଅସ୍ଥାୟୀ ପୋଲ ଭାଙ୍ଗିଲା

Truthink
ସେୟାର କରନ୍ତୁ

ପର୍ଜଙ୍ଗ:ମୁକ୍ତାପସି- ଲଗାଣ ବର୍ଷା ଯୋଗୁଁ 53 ନମ୍ବର ଜାତୀୟ ରାଜପଥରେ ଆସୁଥିବା ପର୍ଜଙ୍ଗ ବ୍ଲକ ଅନ୍ତର୍ଗତ ମୁକ୍ତାପସିଠାରେ ଏକ ଅସ୍ଥାୟୀ ପୋଲ ଗତ କାଲି ରାତିରେ ଧୋଇନେଇଛି । ଯାହା ଦ୍ୱାରା ପର୍ଜଙ୍ଗ ଏବଂ କାମାକ୍ଷାନଗର ମଧ୍ୟରେ ଯୋଗାଯୋଗ ବିଛିର୍ଣ ହୋଇଯାଇଛି । ଫଳରେ ଏହି ରାସ୍ତା ଦେଇ ଯାଉଥିବା ଅନେକ ଯାନବାହାନ ଅଟକି ରହିଛି । ଘଟଣା ସ୍ଥଳରେ ପ୍ରାୟ 30 ଫୁଟ ଲମ୍ବର ଓସାର ଏବଂ ପ୍ରାୟ 15 ଫୁଟ ଗଭୀର ଘାଇ ସୃଷ୍ଟି ହୋଇଛି ।

ବର୍ତ୍ତମାନ 53 ନମ୍ବର ଜାତୀୟ ରାଜପଥର କାର୍ଯ୍ୟ ଚାଲୁଅଛି । ଯେହେତୁ ମୁକ୍ତାପସିର ଏହି ପେରେପେରିଆ ଜୋଡରେ ରାସ୍ତାର ପୋଲ କାମ ଚାଲୁରହିଛି, ଏଠାରେ ଯାନବାହାନ ଯାତାୟାତ ପାଇଁ ଏକ ଅସ୍ଥାୟୀ ପୋଲ ନିର୍ମାଣ ହୋଇଥିଲା । ଏବେ ଅତ୍ୟଧିକ ବର୍ଷା କାରଣରୁ ଏହି ଅସ୍ଥାୟୀ ପୋଲ ଭାଙ୍ଗି ଯାଇଥିଲା । ଯାହା ଦ୍ୱାରା ଯାତାୟତ ପ୍ରାୟ ଠପ ହୋଇ ଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଲଗାଣ ବର୍ଷା ଯୋଗୁଁ ଗତକାଲି ରାତିରେ ଧୋଇ ନେଇଥିବା ଏହି ଡପିଂ ପୋଲର କାର୍ଯ୍ୟ ଯୁଦ୍ଧ କାଳିନ ଭିତିରେ ଚାଲୁଅଛି । ଏହା ଆସନ୍ତା କାଲି ସକାଳ ସୁଦ୍ଧା ଶେଷ ହୋଇ ଯାତାୟତରେ ସୁବିଧା ହେବ ବୋଲି ଜଣା ପଡିଛି ।

ଏହି ପୋଲ ଭାଙ୍ଗିବା ଫଳରେ ଏବେ ଯାତାୟାତ ପାଇଁ କେବଳ ଛୋଟ ଗାଡି ପଥରଖମ୍ବ ଛକଠାରୁ କେନାଲ ରାସ୍ତା ଦେଇ ଯିବା ଆସିବା କରି ହେଉଛି ।


ସେୟାର କରନ୍ତୁ