ରାସ୍ତାପାର୍ଶ୍ବରେ ବିପଦ ଶଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଖୁଣ୍ଟ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଭାଲୁମୁଣ୍ଡାଛକରୁ କୁମୁସି, ସାଆନ୍ଦା ଦେଇ ଆଲୁଅଝାରଣ ଅଭିମୁଖେ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ବକୁ ଲାଗି ଏକ ବିପଦ ସଙ୍କୁଳ ସିମେଣ୍ଟ ବିଦ୍ୟୁତ୍ ଖୁଣ୍ଟ ଦେଖିବାକୁ ମିଳିଛି । କୁମୁସି ପଞ୍ଚାୟତ ମାଧିଆରଗୁଡ଼ି ଓ କୁମୁସି ଛକ ମଧ୍ୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।

ରାସ୍ତାର ଉଭୟ ପାର୍ଶ୍ବରେ ବସବାସ କରୁଥିବା ଲୋକଙ୍କ ସମେତ ଯାନବାହାନ ଠାରୁ ଆରମ୍ଭ କରି ପଥଚାରୀଙ୍କ ପାଇଁ ବିପଦ ମୁହାଁ ସାଜିଛି ଏହି ବିଦ୍ୟୁତ୍ ଖୁଣ୍ଟ । ଏହି ରାସ୍ତାଟି ଜନସାଧାରଣଙ୍କ ଗମନାଗମନ ପାଇଁ ପ୍ରମୁଖ ରାସ୍ତା ରହିଥିବା ବେଳେ ସ୍ଥାନୀୟ ଲୋକମାନେ ଫାଣ୍ଡି, କଲେଜ, ହାଟ ଓ ଅନ୍ୟ ଅନୁଷ୍ଠାନ ମାନଙ୍କୁ ଯିବା ଆସିବା କରୁଛନ୍ତି ।

ଯାହା ଫଳରେ ଏମାନଙ୍କ ପାଇଁ କୌଣସି ମୁହୂର୍ତ୍ତରେ ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି । ବିଭାଗୀୟ ଅଧିକାରୀଙ୍କ ଏପରି ଖାମଖିଆଲ ମନୋଭାବ ଯୋଗୁଁ ବିପଦ ମୁହାଁ ହୋଇଛି ଏହି ଖୁଣ୍ଟ । ତୁରନ୍ତ ବିଦ୍ୟୁତ୍ ଖୁଣ୍ଟକୁ ସଜାଡିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।


ସେୟାର କରନ୍ତୁ