ଖରାରେ ସିଝିବ ଆଭ୍ୟନ୍ତରୀଣ ଓଡ଼ିଶା, ଆସନ୍ତା 5 ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା 5 ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଭାଗ । ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନବେଳାର ତାପମାତ୍ରା ସ୍ୱାଭାବିକରୁ 2ରୁ 3 ଡିଗ୍ରୀ ଅଧିକ ରହିବ । କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ।

ସୂଚନା ସୂଚନା ଥାଉକି, ବୁଧବାର ରାଜ୍ୟର 7 ସହରର ତାପମାତ୍ରା 40ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ବଲାଙ୍ଗୀରର ତାପମାତ୍ରା ସର୍ବାଧିକ 41.8 ଡିଗ୍ରୀ ରହିଛି । ଟିଟିଲାଗଡ଼ରେ 41.3, ବୌଦ୍ଧରେ 41, ଝାରସୁଗୁଡ଼ାରେ 40.6, ସମ୍ବଲପୁରରେ 40.4 ଏବଂ ଭବାନୀପାଟଣାରେ ଓ ସୋନପୁରରେ ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ରେକର୍ଡ ହୋଇଛି ।

ଏହି ସହରକୁ ଛାଡ଼ି ବାକି ଅଧିକାଂଶ ସ୍ଥାନର ତାପମାତ୍ରା କମ୍‌ ରହିଛି । ବାରିପଦାରେ କିନ୍ତୁ ବୁଧବାର ସକାଳୁ ସାମାନ୍ୟ ବର୍ଷା ହୋଇଛି । ଗୋପାଳପୁର, ବାଲେଶ୍ୱର, କଟକ, ଚାନ୍ଦବାଲି, ଭୁବନେଶ୍ୱର ଓ ପୁରୀ ସହରର ତାପମାତ୍ରା 35 ଡିଗ୍ରୀ ଭିତରେ ରହିଛି ।


ସେୟାର କରନ୍ତୁ