ରାଜ୍ୟରେ ଚିହ୍ନଟ ହେଲେ 2085 କରୋନା ପଜିଟିଭ, ମୋଟ ପଜିଟିଭ ସଂଖ୍ୟା 958059

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଖସିବା ଦେଖିବାକୁ ମିଳୁଅଛି । ଏ ସଂଖ୍ୟା ଗତ କାଲି ଦୁଇ ହଜାର ତଳେ ରହିଥିଲା ବେଳେ ଆଜି ଏହା ପୁଣି ଦୁଇ ହଜାର ଉପରକୁ ଯାଇଅଛି । ରାଜ୍ୟରେ 24 ଘଣ୍ଟାରେ 2 ହଜାର 85 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 958059କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 2085 ଜଣଙ୍କ ମଧ୍ୟରୁ 1198 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 887 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଏବେ ରାଜ୍ୟରେ ମୋଟ 958059 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 20168ଟି ଆକ୍ଟିଭ କେସ୍ ରହିଅଛି ଏବଂ 932666 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ