ଆସାମ ଟେବୁଲ ଟେନିସ ଖେଳରେ ରାୟଗଡ଼ା ମହିଳା ମହାବିଦ୍ୟାଳୟର ଦୁଇଜଣ ଛାତ୍ରୀ

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ – ପି. ସାଇପ୍ରସାଦ

ରାୟଗଡା: ଆସାମର ଗୋହାଟି ସ୍ତିତ ରୋୟାଲ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଟେବୁଲ ଟେନିସରେ ରାୟଗଡ଼ା ମହିଳା ମହାବିଦ୍ୟାଳୟର ଦୁଇଜଣ ଛାତ୍ରୀ ଭାଗ ନେଇଥିଲେ । ଚଳିତ ଡିସେମ୍ବର ମାସ 5 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ଆସାମର ରୋୟାଲ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଟେବୁଲ ଟେନିସ ଖେଳର ଆୟୋଜନ କରାଯାଇଥିଲା । ଏଥିରେ ରାୟଗଡ଼ା ମହିଳା ମହାବିଦ୍ୟାଳୟର ଦୁଇଜଣ ଛାତ୍ରୀ ବିଦ୍ୟୁତ ପ୍ରଭା ତୁରୁକ ଓ ନେହା ସୁନାନୀ ଭାଗନେଇଥିଲେ ।

ରାୟଗଡ଼ା ମହିଳା ମହାବିଦ୍ୟାଳୟର ଅଧକ୍ଷା ଅର୍ଚ୍ଚନା ପଟନାୟକ, କ୍ୟାପଟେନ ରିତାରାଣୀ ମିଶ୍ର, ରଘୁନାଥ ଭୋଏ, ରମ୍ୟ ରଞ୍ଜନ ସାହୁ ଆସାମ ଟେବୁଲ ଟେନିସ ଖେଳରେ ଭାଗନେଇଥିବା ଏହି ଦୁଇଜଣ ଖେଳାଳିଙ୍କୁ ଫୁଲତଡା ଦେଇ ସ୍ୱାଗତ କରିବା ସହ ସମ୍ବର୍ଦ୍ଧନା ଦେଇଥିଲେ ।


ସେୟାର କରନ୍ତୁ