କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ଦିଙ୍ଗାଗନା ସୂର୍ଯ୍ୟବଂଶୀ, ରାହୁଲ ଗାନ୍ଧୀଙ୍କ ହାତ ଧରିଥିବା ଅଭିନେତ୍ରୀଙ୍କ ଫଟୋ ଭାଇରାଲ

ଦେଶବିଦେଶ
ସେୟାର କରନ୍ତୁ

Digangana Suryavanshi Joined Bharat Jodo Yatra: ଅଭିନେତ୍ରୀ ଦିଙ୍ଗାଗନା ସୂର୍ଯ୍ୟବଂଶୀ ନିଜର ଚମତ୍କାର ଚେହେରା ଏବଂ ଅଭିନୟ ଦକ୍ଷତା ପାଇଁ ଜଣାଶୁଣା ଅଟନ୍ତି । ରବିବାର ଦିନ ଏହି ଅଭିନେତ୍ରୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡା ଯାତ୍ରାରେ ଯୋଗ ଦେଇଥିଲେ । କହିବାକି, କଂଗ୍ରେସର ଭାରତ ଯୋଡୋ ଯାତ୍ରା ପୂର୍ବ 8 ଦିନ ଧରି ରାଜସ୍ଥାନରେ ଚାଲିଛି । ରବିବାର ଏହି ଯାତ୍ରାରେ ଦିଙ୍ଗାଗନା ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଏବଂ ଚିତ୍ରରେ ଦିଙ୍ଗାଗନା ସୂର୍ଯ୍ୟବଂଶୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହାତ ଧରିଥିବାର ନଜର ଆସିଥିଲେ । ଏହି ସମୟରେ ରାହୁଲ ଗାନ୍ଧୀ ଅନ୍ୟ ହାତରେ ଅନ୍ୟ ଜଣଙ୍କ ହାତ ଧରିଥିଲେ । ରାହୁଲଙ୍କ ସହ ଯାତ୍ରା କରୁଥିବା ଦେଖାଯାଇଥିବା ଦିଙ୍ଗାଗନା ସୂର୍ଯ୍ୟବଂଶୀ ସବୁଜ ସାଲୱାର ସୁଟ ପିନ୍ଧିଥିଲେ । ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପଛରେ ଥିଲେ ।

ତେବେ ଭାରତ ଯୋଡୋ ଯାତ୍ରାରେ ସାମିଲ ହେବା ବିଷୟରେ କହିବାବେଳେ ଅଭିନେତ୍ରୀ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ଭାରତ ଯୋଡୋ ଯାତ୍ରାର ଅଂଶ ହେବା ଅତ୍ୟନ୍ତ ଆନନ୍ଦଦାୟକ, ଗରମଜୋଷୀ ସ୍ୱାଗତ ତଥା ଚମତ୍କାର ଆତିଥ୍ୟ ପାଇଁ ରାଜସ୍ଥାନକୁ ଧନ୍ୟବାଦ । ରାହୁଲ ଗାନ୍ଧୀ ଜୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଜୀଙ୍କୁ ଧନ୍ୟବାଦ ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଖୁବ ଶୀଘ୍ର ଅଭିନେତ୍ରୀ ହିନ୍ଦୀ ୱେବ୍ ଶୋଷ୍ଟପର୍ ତଥା ଅଭିନେତା ଅର୍ଜୁନ ରାମପାଲଙ୍କ ସହ ଆଗାମୀ ହିନ୍ଦୀ ଚଳଚ୍ଚିତ୍ର ‘ଦ ବ୍ୟାଟେଲ ଅଫ ଭୀମା କୋରେଗାଓଁ ‘ରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଅଭିନେତ୍ରୀ ସାଉଥରେ ମଧ୍ୟ ଅନେକ ସାନଦାର ଫିଲ୍ମ କରିଛନ୍ତି । ସେ ‘ସୀତାମାର’ ଭଳି ଚଳଚ୍ଚିତ୍ର ଠାରୁ ନେଇ ‘କ୍ରେଜି ଫେଲୋ’ ପର୍ଯ୍ୟନ୍ତ ବ୍ୟାକ ଟୁ ବ୍ୟାକ ହିଟ୍ ଫିଲ୍ମ ଦେଇଛନ୍ତି ।


ସେୟାର କରନ୍ତୁ