କଟକ- ଭୁବନେଶ୍ୱରେ ଘନ କୁହୁଡି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଆଜି କଟକ-ଭୁବନେଶ୍ୱରରେ ସକାଳୁ ସକାଳୁ ଘନ କୁହୁଡି ଦେଖିବାକୁ ମିଳିଥିଲା । ଚାରିଆଡେ କେବଳ ଘନ କୁହୁଡ଼ିର ଆସ୍ତରଣ । ଘନ କୁହୁଡି ଯୋଗୁ 50 ମିଟର ଦୂରକୁ ଦେଖିବା ସମ୍ଭବ ହେଉନଥିଲା । ସ୍ଥାନେ ସ୍ଥାନେ ମୁହଁକୁ ମୁହଁ ବି ଚିହ୍ନି ହେଉନଥିଲା । ଏଠାରେ କୁହୁଡି ଯୋଗୁଁ ଗାଡ଼ି ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ତେବେ ଗତ ଦୁଇ ଦିନ ହେଲା ରାଜ୍ୟରେ ଶୀତ ସାମାନ୍ୟ କମିଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ଗତ ରାତିରେ ସର୍ବନିମ୍ନ ତାପମାତ୍ରା 17.7 ଡିଗ୍ରି ଓ କଟକର ରହିଥିଲା 17 ଡିଗ୍ରି । ଆଜି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ । ଆଜି ସର୍ବନିମ୍ନ ତାପମାତ୍ରା 17 ଡିଗ୍ରି ଓ ସର୍ବାଧିକ ତାପମାତ୍ରା 32 ଡିଗ୍ରି ମଧ୍ୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।


ସେୟାର କରନ୍ତୁ