ଜଟିଆ ଯୁବ ସଂଗଠନ ପକ୍ଷରୁ ରାଜପଥ ଅବରୋଧ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ପରଜଙ୍ଗ ବ୍ଲକ ସରାଙ୍ଗ ପଞ୍ଚାୟତ ଜଟିଆ ଗ୍ରାମର ଯୁବ ସଂଗଠନ ପକ୍ଷରୁ ସୋମବାର ସର୍ଭିସ ରୋଡ ଦାବିରେ ଜଟିଆ ଛକ ଠାରେ 53 ନଂ ଜାତୀୟ ରାଜପଥ ଅବରୋଧ ହୋଇଥିଲା l ଯାହା ଫଳରେ ଏହାର ପ୍ରଭାବରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହଶହ ଭାରୀଯାନ ଅଟକି ରହିଥିଲା ।

ସୂଚନା ମୁତାବକ, ନବୋଦୟ ବିଦ୍ୟାଳୟ ଠାରୁ ସରାଙ୍ଗ ଅନନ୍ତ ଶୟନ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ସର୍ଭିସ ରୋଡ ଦାବି ହେବା ସହ (2ୟ) ବ୍ରିଜ ଠାରୁ ଅନନ୍ତ ଶୟନ ଉଚ୍ଚ ବିଦ୍ୟାଳୟ ଓ ଶିଶୁ ମନ୍ଦିର ପର୍ଯ୍ୟନ୍ତ ଆଲୋକୀକରଣ ଏବଂ (3ୟ)ରେ ପ୍ରତେକ ଛକରେ ଉଭୟ ପାର୍ଶ୍ୱରେ ଯାତ୍ରୀ ବିଶ୍ରାମ ଗାର ନିର୍ମାଣ କରାଯାଉ ବୋଲି ସଂଗଠନ ପକ୍ଷରୁ ଦାବି ହୋଇଅଛି l

ତେବେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ପରଜଙ୍ଗ ବିଡ଼ିଓ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ l ଖୁବ ଶୀଘ୍ର ଆଞ୍ଚଳିକ କାର୍ଯ୍ୟାଳୟରେ ସର୍ଭିସ ରାସ୍ତା ଲାଗି ରିପୋର୍ଟ ଦାଖଲ କରାଯିବ l ଦାବି ଗୁଡିକ ଅନମୋଦନ ନହେଲା ପର୍ଯ୍ୟନ୍ତ ସରାଙ୍ଗ ଛକ ଠାରୁ ବ୍ରିଜ ପର୍ଯ୍ୟନ୍ତ ଚାଲିଥିବା କାର୍ଯ୍ୟ ବନ୍ଦ ରହିବ ବୋଲି ପ୍ରତିଶୃତି ପାଇବା ପରେ ଆନ୍ଦୋଳନ କର୍ମୀ ରାସ୍ତାରୁ ଉଠିଥିଲେ l ବିଡିଓଙ୍କୁ ଏକ ଦାବି ପତ୍ର ଦିଆଯାଇଥିଲା l

ସଂଗଠନର ଅଭିଯୋଗ ଅନୁଯାୟୀ, ତାଳଚେର ବଲ୍ଲର ଛକ ଠାରୁ ଜଟିଆ ସରାଙ୍ଗ ପିତିରି ଦେଇ ଯାଇଥିବା 53 ନଂ ଜାତୀୟ ରାଜପଥର ସମ୍ପ୍ରସାରଣ କାମ 4 ଲାଇନ ବିଶିଷ୍ଟ ହେଉଅଛି । ବର୍ତମାନ ଏହି ରାସ୍ତା ହେବା ଦ୍ବାରା ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକଙ୍କ ସମେତ ଅଞ୍ଚଳବାସୀଙ୍କ ଯାତାୟାତ ଏବେ ବିପଦପୂର୍ଣ ହୋଇଯାଇଛି । ଏଠାରେ ସର୍ଭିସ ରୋଡ଼ ନଥିବାରୁ ଅନେକ ଦୁର୍ଘଟଣା ଘଟି ଚାଲିଛି l କାରଣ ଏହି ରାସ୍ତାକୁ ଲାଗି ସରାଙ୍ଗ ଅନନ୍ତ ଶୟନ ଉଚ୍ଚ ବିଦ୍ୟାଳୟ, ଜଟିଆ ଛକ ନିକଟରେ ନବୋଦୟ ବିଦ୍ୟାଳୟ, ତତ ସହିତ ଅନନ୍ତ ଶୟନ ସମେତ ଅନ୍ୟ କେତେଗୁଡିଏ ସରକାରୀ ଏବଂ ବେସରକାରୀ ସଂସ୍ଥା ରହିଥିବା ବେଳେ ବିଶେଷ କରି ଡିମୋଳ ଗ୍ରାମ ଦେଇ ଆସିଥିବା ପୂର୍ତ୍ତ ରାସ୍ତାଟି ଏହି ଜାତୀୟ ରାଜପଥରେ ଯୋଗ ହୋଇଛି l ତେବେ ସଦାସର୍ବଦା ଲୋକମାନେ ବିଭିର୍ନ ଦିଗରୁ ଏହି ସିଧା ରାସ୍ତାରେ ପହଞ୍ଚୁଥିବାରୁ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି l

ସୂଚନା ଥାଉକି, ଏହି ବିପଦପୂର୍ଣ ରାସ୍ତା ସମ୍ପର୍କରେ ଏବଂ ସର୍ଭିସ ରୋଡ ପାଇଁ ପ୍ରଶାସନ ପାଖରେ ପୂର୍ବରୁ ଯୁବ ସଂଗଠନ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ l ଏହା ଭିତରେ 7ଟି ଦୁର୍ଘଟଣା ଘଟି ଯାଇଥିବା ସଂଗଠନ ପକ୍ଷରୁ ମଧ୍ୟ କୁହାଯାଇଛି l


ସେୟାର କରନ୍ତୁ