ବିରାଶାଳ ବିମାନ ଉଡାଣ କେନ୍ଦ୍ରରେ ଅଘଟଣ, ପ୍ରଶିକ୍ଷାର୍ଥୀ ଆହତ

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିରାଶାଳ ବିମାନ ଉଡାଣ କେନ୍ଦ୍ରରେ ଏକ ଅଘଟଣ ଘଟିଯାଇଛି । ପ୍ରଶିକ୍ଷଣ ବେଳେ ବିମାନଟି ରନୱେରେ ଗଡୁଥିବା ଅବସ୍ଥାରେ ଉଡାଣ ପୂର୍ବରୁ ତଳକୁ ଖସି ଯାଇଥିବା ସୂଚନା ମିଳିଛି । ଏହି ଅଘଟଣ ଫଳରେ ଜଣେ ପ୍ରଶିକ୍ଷାର୍ଥୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଆହତ ପ୍ରଶିକ୍ଷାର୍ଥୀ ଜଣକ ହେଲେ ମହାରାଷ୍ଟ୍ରର କରଣ ମଲ୍ଲିକ ।

ତେବେ ତୁରନ୍ତ ଅଗ୍ନିଶମ ବାହିନୀ ଆସି ପ୍ରଶିକ୍ଷାର୍ଥୀଙ୍କୁ ଉଦ୍ଧାର କରି ବିରାଶାଳ ମେଡ଼ିକାଲରେ ଚିକିତ୍ସା କରାଇଥିବା ଜଣାପଡ଼ିଛି । ପ୍ରାୟ ଗତ 2ବର୍ଷ ତଳେ ଏଠାରେ ବିମାନ ଦୁର୍ଘଟଣା ହୋଇ ଜଣେ ପାଇଲଟଙ୍କ ସମେତ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।


ସେୟାର କରନ୍ତୁ