‘Dial 100’ Trailer Out: ପୁଣି ଆଉ ଥରେ ପୋଲିସ ଅଫିସର ଭୂମିକାରେ ଦେଖାଗଲେ ମନୋଜ ବାଜପେୟୀ, ଦେଖନ୍ତୁ ଭିଡ଼ିଓ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ମନୋଜ ବାଜପେୟୀ ଏବଂ ନୀନା ଗୁପ୍ତାଙ୍କ ଅଭିନୀତ ‘ଡାୟଲ୍ 100’ ର ଟ୍ରେଲର ଲଞ୍ଚ ହୋଇଯାଇଛି । ଫିଲ୍ମର ଟ୍ରେଲର ବହୁତ ଚମତ୍କାର ଅଟେ । ଏହା ଏକ ଥ୍ରୀଲର ଫିଲ୍ମ ଅଟେ, ଯାହା Zee5 ରେ ଷ୍ଟ୍ରିମ୍ ହେବ । ମନୋଜ ବାଜପେୟୀ ଏହି ଫିଲ୍ମରେ ଜରୁରୀକାଳୀନ କଲ୍ ଅପରେଟର ଭୂମିକାରେ ଅଭିନୟ କରୁଛନ୍ତି ।

‘ଡାୟଲ୍ 100’ର ଟ୍ରେଲର ମନୋଜ ବାଜପେୟୀଙ୍କ ଚରିତ୍ର ନିଖିଲ ସୁଦଙ୍କ ଠାରୁ ଆରମ୍ଭ ହୋଇଛି । ପ୍ରତ୍ୟେକ ଦିନ ପରି ନିଖିଲଙ୍କ କଣ୍ଟ୍ରୋଲ ରୁମରେ ନାଇଟ୍ ସିଫ୍ଟ ଅଛି ଏବଂ ତା’ପରେ ସେ ଏକ କଲ ପାଆନ୍ତି ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ସେ ଯେତେବେଳେ କଲର ଅଜବ ପ୍ରକୃତି ବୁଝିବାକୁ ସଂଘର୍ଷ କରନ୍ତି, ସେତେବେଳେ ସେ ନିଜକୁ ଏକ ଅସମଞ୍ଜସ ଅବସ୍ଥାରେ ପାଆନ୍ତି ।

ଏହି ପରିସ୍ଥିତି ଜଣଙ୍କର ଜୀବନ ଏବଂ ମୃତ୍ୟୁ ସହିତ ଜଡିତ । ତାଙ୍କ ପତ୍ନୀ ଏବଂ ପୁଅକୁ ନୀନା ଗୁପ୍ତାଙ୍କ ଅସୁବିଧାଜନକ ଚରିତ୍ର ସୀମା ପଲୱା ବନ୍ଧକ କରି ନେଇଛନ୍ତି । ସେ ବହୁତ ବିବ୍ରତ ଦେଖାଯାଏ । ସୀମା ପଲୱା ନିଜ ପିଲାକୁ ହରାଇଛନ୍ତି ଏବଂ କୌଣସି କାରଣରୁ ସେ ତାଙ୍କ ସହିତ ଘଟିଥିବା ଅସୁବିଧା ପାଇଁ କଲ୍ ଅପରେଟରଙ୍କୁ ଦାୟୀ କରିଛନ୍ତି ।

ଏଠାରେ ଦେଖନ୍ତୁ ଫିଲ୍ମର ଟ୍ରେଲର

ମନୋଜ ବାଜପେୟୀ ଏକ ବୟାନରେ କହିଛନ୍ତି, “ମୁଁ ବହୁତ ଉତ୍ସାହ ଏବଂ ଆଗ୍ରହ ଅନୁଭବ କରୁଛି । ଡାୟଲ୍ 100 ମୋ ପାଇଁ ଏକ ଅନୁଭବ ଥିଲା ଏବଂ ମୁଁ ନିଶ୍ଚିତ ଯେ ଦର୍ଶକମାନେ ଏହାକୁ ଦେଖିବା ପରେ ମଧ୍ୟ ଏମିତି ଅନୁଭବ କରିବେ ।” ଏହି ଫିଲ୍ମଟି ଅଗଷ୍ଟ 6 ରେ OTT ପ୍ଲାଟଫର୍ମ Zee5 ରେ ମୁକ୍ତିଲାଭ କରିବ ।


ସେୟାର କରନ୍ତୁ