‘ସନକ’ର ପ୍ରଥମ ଗୀତ ‘ଓ ୟାରା ଦିଲ ଲଗାନା’ ରିଲିଜ, ରୋମାଣ୍ଟିକ ଅନ୍ଦାଜରେ ଦେଖାଗଲେ ବିଦ୍ୟୁତ ଜାମୱାଲ-ରୁକ୍ମିଣୀ ମୈତ୍ରା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ହୋଷ୍ଟେସ୍ ଡ୍ରାମା ଫିଲ୍ମ ସନକର ଆକ୍ସନ୍-ପ୍ୟାକ୍ ଟ୍ରେଲର ଲଞ୍ଚ କରିବା ପରେ ନିର୍ମାତା ବିଦ୍ୟୁତ୍ ଜାମୱାଲ୍ (Vidyut Jammwal) ଏବଂ ରୁକ୍ମିଣୀ ମୈତ୍ରା (Rukmini Maitra)ଙ୍କର ପ୍ରଥମ ରୋମାଣ୍ଟିକ୍ ଟ୍ରାକ୍ ‘ଓ ୟାରା ଦିଲ ଲଗାନା’ (O Yaara Dil Lagana)’ ରିଲିଜ ହୋଇଛି । ‘ଓ ୟାରା ଦିଲ ଲଗାନା’ ରିଲିଜ ହେବା ମାତ୍ରେ ୟୁଟ୍ୟୁବରେ ଛାଇ ଯାଇଛି । ଏହି ଗୀତଟି ଜ୍ୟାକି ଶ୍ରଫ୍, ମନୀଷା କୋଇରାଲା ଏବଂ ନାନା ପାଟେକରଙ୍କ ଫିଲ୍ମ ‘ଅଗ୍ନିସାକ୍ଷୀ’ (1996) ର ରିମେକ୍ ଅଟେ । ଯେଉଁଥିରେ ରୁକ୍ମିଣୀ ମୈତ୍ରା ଏବଂ ବିଦ୍ୟୁତ ଜାମୱାଲଙ୍କ କେମେଷ୍ଟ୍ରି ଦେଖିବାକୁ ଭଲ ଲାଗୁଛି |

ସନକରେ ବିଦ୍ୟୁତ ଏବଂ ରୁକ୍ମିଣୀଙ୍କୁ ନେଇ ‘ଓ ୟାରା ଦିଲ ଲଗାନା’ର ନୂଆ ଭର୍ସନ ଏକ କ୍ଲବର କୁଲ ଵ୍ୟାକଡ଼ପରେ ସୁଟିଂ କରାଯାଇଛି ଯେଉଁଠାରେ ସେମାନେ ପରସ୍ପରକୁ ଭଲ ପାଇବାର ଖୁବସୁର୍ତ୍ତିକୁ ପରିପ୍ରକାଶ କରୁଥିବାର ଦେଖିବାକୁ ମିଳୁଅଛି । ମୂଳ ଗୀତଟି କିମ୍ବଦନ୍ତୀ ସଙ୍ଗୀତ ଯୋଡି ନଦିମ-ଶ୍ରବଣଙ୍କ ଦ୍ୱାରା ହୋଇଥିବାବେଳେ ନୂଆ ଭର୍ସନ ଚିରନ୍ତନ ଭଟ୍ଟଙ୍କ ଦ୍ୱାରା ହୋଇଅଛି । ଷ୍ଟେବିନ୍ ବେନ୍ ଏବଂ ଦୀକ୍ଷା ତୋରଙ୍କ ଦ୍ୱାରା ଗାଇ ଯାଇଥିବା ଏହି ଗୀତର ଲିରିକ୍ସ ମନୋଜ ଯାଦବ ଏବଂ ମୂଳ ଗୀତ ଗୀତିକାର ସମୀର ଅଞ୍ଜାନଙ୍କ ଦ୍ୱାରା ଲିଖିତ ଅଟେ ।

ହିନ୍ଦୀ ସିନେମାରେ ପ୍ରଥମ ହୋଷ୍ଟେସ୍ ଡ୍ରାମା ଉପସ୍ଥାପନା କରିବା, ବିପୁଲ୍ ଅମ୍ରୁତଲାଲ୍ ଶାହା, ଡିସ୍ନି + ହଟଷ୍ଟାର୍ ମଲ୍ଟିପ୍ଲେକ୍ସ ଏବଂ ଜି ଷ୍ଟୁଡିଓର ‘ସନକ୍ – ହୋପ୍ ଅଣ୍ଡର ସିଜ୍’ ଆକ୍ସନ ଏଣ୍ଟରଟେନମେଣ୍ଟ ସ୍ପେସର ଖେଳକୁ ବଦଳାଇବା ପାଇଁ ଆଶା କରାଯାଉଛି, କାହିଁକି ନାଁ ଏହା ଏକ ଚିତ୍ତାକର୍ଷକ କାହାଣୀ ଘେରାବନ୍ଦୀ ପ୍ରକାରର ଏକ ଡାକ୍ତରଖାନାରେ ଆଗକୁ ବଢ଼ୁଅଛି ।

ଏଠାରେ ଦେଖନ୍ତୁ ଭିଡ଼ିଓ…

ବିଦ୍ୟୁତ ଜାମୱାଲ, ଚନ୍ଦନ ରାୟ ସାନିୟାଲ, ନେହା ଧୁପିଆ ଏବଂ ରୁକ୍ମିଣୀ ମୈତ୍ରା ଅଭିନୀତ, ‘ସନକ୍ – ହୋପ୍ ଅଣ୍ଡର ସିଜ୍’କୁ ଜି ଷ୍ଟୁଡିଓ ଦ୍ୱାରା ସନ ସାଇନ ପିକ୍ଚର୍ସ ଲିମିଟେଡ୍ ସହଯୋଗରେ ପ୍ରସ୍ତୁତ କରାଯାଇଛି ଏବଂ ଏହା କେବଳ ଅକ୍ଟୋବର 15 ରୁ ଡିସ୍ନି + ହଟଷ୍ଟାର ମଲ୍ଟିପ୍ଲେକ୍ସରେ ପ୍ରସାରିତ ହେବ । କନିଷ୍କ୍ ବର୍ମାଙ୍କ ନିର୍ଦ୍ଦେଶିତ, ଏହା ବିପୁଲ୍ ଅମୃତଲାଲ୍ ଶାହା ପ୍ରଡକ୍ସନ୍ ଫିଲ୍ମ ଅଟେ ।


ସେୟାର କରନ୍ତୁ