ରାଜ୍ୟର ଅନେକ ସ୍ଥାନରେ 40 ଡିଗ୍ରୀ ଉପରେ ତାପମାତ୍ରା, ବଲାଙ୍ଗୀର ସବୁଠାରୁ ଅଧିକ ଉତ୍ତପ୍ତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଜଣାପଡିଲାଣି ଖରାର ପ୍ରଭାବ । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା । ଆଜି ରାଜ୍ୟର ଅନେକ ସ୍ଥାନରେ 40 ଡିଗ୍ରୀରୁ ଅଧିକ ରହିଛି ତାପମାତ୍ରା । 40.7 ଡିଗ୍ରୀ ତାପମାତ୍ରା ସହିତ ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ ସହର ଭାବରେ ରହିଛି । ଝାରସୁଗୁଡ଼ାରେ ତାପମାତ୍ରା 40.2 ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡ଼ରେ ତାପମାତ୍ରା 40 ଡିଗ୍ରୀ ରହିଛି ।

ସେହିପରି ବୌଦ୍ଧରେ ତାପମାତ୍ରା 40 ଡିଗ୍ରୀ ରହିଥିଲାବେଳେ ବାରିପଦାରେ 39.6, ସମ୍ୱଲପୁରରେ 39.5, ଅନୁଗୁଳରେ 39.1, ସୁନ୍ଦରଗଡ଼ରେ 39.0, ତାଳଚେରରେ 39.0 ଏବଂ ଭୁବନେଶ୍ୱରରେ 36.9 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।


ସେୟାର କରନ୍ତୁ