ବଲିଓଡ଼ ଆକ୍ଟର ଇରଫାନ ଖାନଙ୍କ ନିଧନ, 54 ବର୍ଷ ବୟସରେ ଦୁନିଆ ଛାଡ଼ିଲେ

Truthink
ସେୟାର କରନ୍ତୁ

ମୁମ୍ବାଇ : ସାରା ଦେଶରେ ସ୍ୱାସ୍ଥ୍ୟ ସମସ୍ୟା ଚାଲୁଥିଲା ସମୟରେ ଏହା ମଧ୍ୟରେ ସିନେମା ଜଗତରୁ ଏକ ଦୁଃଖଦ ଖବର ଆସିଅଛି । ବଲିଓଡ଼ ଆକ୍ଟର ଇରଫାନ ଖାନ ଦୁନିଆକୁ ଆଲବିଦା କହିଛନ୍ତି । ମଙ୍ଗଳବାର ଦିନ ତାଙ୍କୁ ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଇରଫାନ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ଇରଫାନ 54 ବର୍ଷ ବୟସରେ ନିଧନ ହୋଇଛନ୍ତି । ତାଙ୍କର ଦେହ ବହୁତ ଖରାପ ରହିଥିଲା । ରିପୋର୍ଟ ମୁତାବକ,ସେ ପେଟ ସମସ୍ୟା ଦେଇ ଗତି କରୁଥିଲେ । ତାଙ୍କୁ କଲୋନ ଇନଫେକ୍ସନ ହୋଇଥିଲା ।

ଚଳଚ୍ଚିତ୍ର ନିର୍ମାତା ସୁଜିତ୍ ସରକାର୍ ତାଙ୍କ ନିଧନର ଖବର ଟୁଇଟରରେ ସେୟାର କରିଛନ୍ତି । ସେ ଲେଖିଛନ୍ତି, ମୋର ପ୍ରିୟ ବନ୍ଧୁ ଇରଫାନ, ତୁମେ ଲଢ଼ିଲ ଆଉ ଲଢ଼ିଲ ଆଉ ଲଢ଼ିଲ । ମୋର ତୁମ ଉପରେ ସବୁବେଳେ ଗର୍ବ ରହିବ । ଆମେ ଦ୍ୱିତୀୟ ବାର ଦେଖାହେବା । ସୁତାପ ଏବଂ ବାବିଲକୁ ମୋର ସମବେଦନା । ତୁମେ ମଧ୍ୟ ଲଢେ଼ଇ ଲଢ଼ିଲ । ସୁତାପା ଏହି ଲଢେ଼ଇରେ ଯାହା ତୁମେ ଦେଇ ପାରିଥାନ୍ତ,ତୁମେ ସବୁ ଦେଲ । ଓମ ଶାନ୍ତି, ଇରଫାନ ଖାନଙ୍କୁ ସଲାମ ।

2019ରେ ଇର୍ଫାନ୍ ଅନେକ ମାସ ଧରି ବିଦେଶରେ ଚିକିତ୍ସାଧୀନ ଥିଲେ। ସେ ସମୟରେ ସେ ଗୋଟିଏ ମାତ୍ର ପ୍ରୋଜେକ୍ଟ୍ ହୋମି ଆଦାଜାନିଆଙ୍କ ‘ଅଙ୍ଗ୍ରେଜି ମିଡିୟମ୍’ରେ କାମ କରୁଥିଲେ। ଶନିବାର ଦିନ ଇରଫାନଙ୍କର ମାଆ ସଇଦା ବେଗମଙ୍କର 95 ବର୍ଷ ବୟସରେ ପରଲୋକ ହୋଇଯାଇଥିଲା। ଭିଡିଓ କଲ୍ ଜରିଆରେ ଇରଫାନ ମାଆଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ବୋଲି କୁହାଯାଇଥିଲା ।

ଭାରତୀୟ ଚଳଚ୍ଚିତ୍ର ଜଗତରେ ଇରଫାନ ପ୍ରାୟ ଦୁଇ ଦଶନ୍ଧି ଧରି କାମ କରିଥିଲେ । ତାଙ୍କ ଅଭିନୀତ ପ୍ରସିଦ୍ଧ ଭାରତୀୟ ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ରହିଛି ‘ସଲାମ ବମ୍ବେ’, ‘ମକ୍ବୁଲ୍’, ‘ପାନ୍ ସିଂ ତୋମାର୍’, ‘ଦି ଲଞ୍ଚ୍ ବକ୍ସ୍’, ‘ହାଇଦର୍’, ‘ଗୁଣ୍ଡେ’, ‘ପିକୁ’, ‘ତଲ୍ୱାର୍’, ‘ହିନ୍ଦୀ ମିଡିୟମ୍’ ଏବଂ ‘ଅଙ୍ଗ୍ରେଜି ମିଡିୟମ୍’ ।


ସେୟାର କରନ୍ତୁ