ରିସ୍କ ‘ଜୋନ 3’ରେ ତାଳଚେର

ରାଜ୍ୟ
ସେୟାର କରନ୍ତୁ

ତାଳଚେର : ଶକ୍ତିଶାଳୀ ଭୂକମ୍ପ ଜୋନ୍‌ରେ ତାଳଚେର ସହର ଅବସ୍ଥିତ ।ଆଇଆଇଟି ଖଡ଼ଗପୁରର ବିଶେଷଜ୍ଞମାନେ ରିପୋର୍ଟ ଦେବା ପରେ ଏଭଳି ଆଶଙ୍କା ଦେଖାଦେଇଛି। ସାମାନ୍ୟ ଝଟକାରେ ତାଳଚେର ସହର ପାତାଳଗାମୀ ହୋଇପାରେ ।

ଓଡ଼ିଶାରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଜାରି ରିପୋର୍ଟ ଓ ଆଇଆଇଟି ଖଡ଼ଗପୁର ବିଶେଷଜ୍ଞମାନଙ୍କ ରିପୋର୍ଟ  ଅନୁଯାୟୀ,ତାଳଚେର ସହର ଭୂକମ୍ପ ପ୍ରବଣ -ରିସ୍କ ‘ଜୋନ 3’ରେ ଆସୁଛି।ଓଡ଼ିଶା ରାଜ୍ୟରେଭୂକମ୍ପ ଜୋନ୍  ମଧ୍ୟରେ  ଥିବା ସହରଗୁଡ଼ିକ ପ୍ରତି ସମ୍ଭାବ୍ୟ ବିପଦ ସ˚ପର୍କରେ ଅନୁଧ୍ୟାନ  କରିବାପାଇଁ ଆଇଆଇଟି  ଖଡଗପୁରକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ  ଦ୍ୱାରା

ଦାୟିତ୍ୱ ଦିଆଯାଇଥିଲା।  ଆଇଆଇଟି ଖଡଗପୁର ପକ୍ଷରୁ ଏହି କାର୍ଯ୍ୟ ପାଇଁ ବିଶେଷଜ୍ଞ ସାଇବଲ ଗୁପ୍ତା,ଉଇଲିୟମ୍‌ କେ ମହାନ୍ତି, ଅନିମେଶମଣ୍ତଳ ଓ ସୁରଜିତ ମିଶ୍ରଙ୍କୁଦାୟିତ୍ବ ଦିଆଯାଇଥିଲା। ଚାରିଜଣିଆ କମିଟିର ରିପୋର୍ଟ ଅନୁଯାୟୀ, ତାଳଚେର ସହର ତଳୁ କୋଇଲା ଉତ୍ତୋଳନ ପରେ ସହର ପ୍ରତି ବିପଦ ବୃଦ୍ଧିପାଇଛି। ଦେଶର ଲାଟୁର, ଅହମ୍ମଦାବାଦ ଓ ଜବଲପୁର ରେଅତୀତରେ ଘଟିଥିବା ଶକ୍ତିଶାଳୀ ଭୂକମ୍ପ ତାଳଚେରରେ ମଧ୍ୟ ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରିପୋର୍ଟରେ କୁହାଯାଇଛି।

  ଏହି ଜୋନ୍‌ରେ 1958,1962 ମସିହାରେ  5.2ରିଚର ସ୍କେଲ୍, 1986 ମସିହା ଜାନୁଆରିରେ ପ୍ରଥମ ଥର  4.4ଓ ଦ୍ବିତୀୟ ଥର  4.1 ରିଚର ସ୍କେଲ୍, 1995 ମସିହା ମାର୍ଚ୍ଚ  27ରେ 5.0 ରିଚର ସ୍କେଲ୍ ଓ ଜୁନ   22ରେ 4.8 ରିଚର ସ୍କେଲ୍ ମାତ୍ରାର ଭୂକମ୍ପ ଘଟି ସାରିଛି।


ସେୟାର କରନ୍ତୁ