ପ୍ରଥମ ଓଡିଆ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ:ବର୍ତ୍ତମାନ ଅର୍ଥ ଆୟୋଗର ସଦସ୍ୟ ଥିବା ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ନିଯୁକ୍ତ ହୋଇଛନ୍ତି । 3 ବର୍ଷ ପାଇଁ ତାଙ୍କ କାର୍ଯ୍ୟକାଳ ରହିବ । ଗତକାଲି ଉର୍ଜିତପଟେଲ ଇସ୍ତଫାଦେବା ପରେ ଏହି ପଦବୀ ଖାଲି ରହିଥିଲା ।

ଦେଶରେ ଜିଏସଟି ଲାଗୁ କରିବା ଓ ବିମୁଦ୍ରାୟନକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଶକ୍ତିକାନ୍ତ ଦାସଙ୍କ  ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।  ଏହାପୂର୍ବରୁ କେନ୍ଦ୍ର ଅର୍ଥ ସଚିବ ଏନସି ଝା କହିଥିଲେ ଯେ ଆଜି ସରକାର ନୂଆ ଗଭର୍ଣ୍ଣରଙ୍କ ନାଁ ଘୋଷଣା କରିବେ ।

 ଉର୍ଜିତ ପଟେଲ ବ୍ୟକ୍ତିଗତ କାରଣ ଦର୍ଶାଇ  ଇସ୍ତଫା ଦେଇଥିଲେ ।ତାଙ୍କ କାର୍ଯ୍ୟକାଳ  ଆସନ୍ତା ବର୍ଷ ସେପ୍ଟେମ୍ବରରେ ଶେଷ ହେବାର ଥିଲା ।ଗତ କିଛିଦିନ ହେବ  ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ବିଭିନ୍ନ ବିଷୟକୁ ନେଇ ମତଭେଦ ରହିଆସିଥିଲା ।ଗତ କାଲି ଉର୍ଜିତ ପଟେଲ ଇସ୍ତଫା ଦେବା ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦ ଖାଲି ଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ କରି ଶ୍ରୀ ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପଦବୀ ମଣ୍ଡନ କରିବାରେ ସେ ପ୍ରଥମ ଓଡିଆ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ଵିଟରେ  କହିଛନ୍ତି।


ସେୟାର କରନ୍ତୁ