ମଠକରଗୋଳା ମହାବିଦ୍ୟାଳୟର ଗୌରବ ଶ୍ରୀ ଚନ୍ଦନ

ରାଜ୍ୟ
ସେୟାର କରନ୍ତୁ

ଭୁବନ: ଢେଙ୍କାନାଳ ଜିଲ୍ଲା ମଠକରଗୋଳା ମହାବିଦ୍ୟାଳୟ ଇଂରାଜୀ ବିଭାଗର ଛାତ୍ର ଶ୍ରୀ ଚନ୍ଦନ ବିଶ୍ୱାଳ ସ୍ନାତକ ପରୀକ୍ଷାରେ ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ତରରେ ଟପ୍ 10 ମଧ୍ୟରେ ଚତୁର୍ଥ ସ୍ଥାନ ପାଇଛନ୍ତି । ଉତ୍କଳ ବିଶ୍ଵବିଦ୍ୟାଳୟ ପତ୍ର ନମ୍ବର ଇସି 111/101/222 ଅନୁଯାୟୀ ଜଣାଯାଇଛି । ଇଂରାଜୀ ବିଭାଗର ଅଧ୍ୟାପକ କୃତି ଛାତ୍ରଙ୍କ ପ୍ରତି ସୁଖ ସମୃଦ୍ଧି ଭବିଷ୍ୟତ କାମନା କରିଥିଲେ ।

ଏତଦ ବ୍ୟତୀତ କୃତି ଛାତ୍ରଙ୍କ ପ୍ରତି ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାସ ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ । ଶ୍ରୀ ଚନ୍ଦନ ଉତ୍କଳ ବିଶ୍ଵ ବିଦ୍ୟାଳୟ ପ୍ରାକ୍ତନ ଇଂରାଜୀ ପ୍ରଫେସର ସ୍ବର୍ଗତ ନିତ୍ୟାନନ୍ଦ ରାୟଙ୍କ ନାତି ଅଟନ୍ତି । ମଠକରଗୋଳା କଲେଜର ରାଜନୀତି ବିଜ୍ଞାନର ଅଧ୍ୟାପକ ପ୍ରବୀର ବିଶ୍ୱାଳ ଏବଂ ଅଧ୍ୟାପିକା ଶ୍ରୀ ଲେଖା ରାୟଙ୍କ ପୁଅ ଅଟନ୍ତି । ସେ ରାଜ୍ୟ ସ୍ତରୀୟ ସ୍କାଉଟରେ ରାଜ୍ୟପାଳଙ୍କ ପୁରସ୍କାର ପାଇଥିଲେ ।


ସେୟାର କରନ୍ତୁ