ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମସ୍ତ ପିଲା ହେବେ କ୍ଲାସ ପ୍ରମୋସନ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ମହାମାରୀ କରୋନା ସଂକଟ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏହାକୁ ଦୃଷ୍ଟିରେ ରଖି ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀଙ୍କର କୌଣସି ବାର୍ଷିକ ପରୀକ୍ଷା କରାନଯାଇ କ୍ଲାସ୍ ପ୍ରମୋସନ୍ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାଶ ସୂଚନା ଦେଇଛନ୍ତି । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କୁ ପାସ କରାଯିବ ।

ତେବେ ଏପର୍ଯ୍ୟନ୍ତ 2020-21 ଶିକ୍ଷାବର୍ଷରେ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ପିଲା ସ୍କୁଲ ଯାଇ ପାଠପଢା ଆରମ୍ଭ ହୋଇପାରିଲା ନାହିଁ । ଏପଟେ ଅନ୍ୟ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ଏବେ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ଏନେଇ ବିଧିବଦ୍ଧ ନିଷ୍ପତି ହୋଇନଥିଲେ ମଧ୍ୟ ଏହା ହିଁ ସ୍ଥିର ହୋଇଛି ବୋଲି ସୂଚନା ଦିଆଯାଇଛି ।

ନବମରୁ ଦ୍ୱାଦଶ ସ୍କୁଲରେ କ୍ଲାସ ଚାଲିଥିବାରୁ ସେମାନଙ୍କର ଅଫଲାଇନରେ ଚଳିତ ବର୍ଷ ପରୀକ୍ଷା ହେବ । ତେବେ ଆଗାମୀ ଏପ୍ରିଲ ମାସରେ ସ୍କୁଲ ଖୋଲାଯିବ କି ନା, ସେଥିନେଇ କୌଣସି ନିଷ୍ପତ୍ତି ହୋଇନଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାଶ । ପ୍ରଚଣ୍ଡ ଖରା ଓ କରୋନା ସ୍ଥିତି ଯୋଗୁଁ ଜୁନରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହୋଇପାରେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।


ସେୟାର କରନ୍ତୁ