ରଣବୀର, ଆଲିଆଙ୍କ ବିବାହ ଚର୍ଚ୍ଚା

ସିନେମା
ସେୟାର କରନ୍ତୁ

ଗତ କିଛି ମାସ ହେବ ବଲିଉଡ୍ ଅଭିନେତା ରଣବୀର ଏବଂ ଅଭିନେତ୍ରୀ ଆଲିଆଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁହିଁଙ୍କ ପରିବାରକୁ ବିଭିନ୍ନ ସମୟରେ ଏକାଠି ହେବାର ଦେଖା ଯାଇଛି । ରଣବୀର ଏବଂ ଆଲିଆ ସର୍ବସମ୍ମୁଖରେ ଡ଼େଟ୍ କରୁଥିବା ନେଇ ମାନିଛନ୍ତି ।

ଏବେ ସେମାନଙ୍କ ସଂପର୍କକୁ ନେଇ ପରିବାର ଚିନ୍ତା କରୁଥିବାର ଜଣାପଡୁଛି । ଆଲିଆଙ୍କ ପିତା ମହେଶ ଭଟ୍ଟ ଏମାନଙ୍କ ସଂପର୍କକୁ ନେଇ ସ୍ୱୀକୃତି ଦେଇ ସାରିଥିବା ଜଣାପଡିଛି।ଏବେ ମା’ ସୋନି ରାଜଦାନ ଏ ନେଇ ନିଜର ମତ ରଖିଥିବା ସହ ସେ ରଣବୀରଙ୍କୁ ଗ୍ରହଣ କରି ନେଇଥିବା ଜଣାପଡ଼ିଛି ।

ମା’ଙ୍କ କହିବା ଅନୁଯାୟୀ, ରଣବୀର ବହୁତ ଭଲ।ସଂପର୍କ ବିଷୟରେ ମହେଶ ଭଟ୍ଟ ଏବଂ ଋଷି କପୁର ଦୁହିଁଙ୍କୁ ଜଣା ଥିବାର କହିଛନ୍ତି ।ଆଲିଆ ଖୁବ୍ ଭଲ ଭାବରେ ରଣବୀର ଏବଂ ତାଙ୍କ ପରିବାର ଲୋକଙ୍କୁ ଜାଣିଛନ୍ତି । ଦୁହିଁଙ୍କ ପରିବାର ତରଫରୁ ସ୍ୱୀକୃତି ମିଳି ଥିବାର ଜଣା ପଡ଼ିବା ପରେ ଖୁବ୍ ଶୀଘ୍ର ରଣବୀର ଓ ଆଲିଆ ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।


ସେୟାର କରନ୍ତୁ