ଏମ.ଏସ ବିଟ୍ଟାଙ୍କ ବିୟୋପିକରେ ନଜର ଆସିବେ ଅକ୍ଷୟ

ସିନେମା
ସେୟାର କରନ୍ତୁ

ଗୁଡ୍ ନୁ୍ୟଜ୍’ ଏବଂ ‘ସୂର୍ଯ୍ୟବଂଶୀ’ ପରେ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଆଉ ନୂଆ ପ୍ରୋଜେକ୍ଟର ନାଁ ସାମ୍ନାକୁ ଆସିଛି । ଅଲ୍ ଇଣ୍ଡିଆ ଆଂଟି ଟେରରିଷ୍ଟ ଫ୍ରଣ୍ଟ (ଏଆଇଏଟିଏଫ) ଚେୟାରମ୍ୟାନ୍ ମନମିନ୍ଦର ସିଂହ ବିଟ୍ଟାଙ୍କ ବାୟୋପିକ୍ରେ ନଜର ଆସିବେ ଅକ୍ଷୟ କୁମାର । ଏନେଇ ଚର୍ଚ୍ଚା ଜୋର୍ ଧରିଛି ।
ସୂଚନା ମୁତାବକ, ରିଲାଆଏନ୍ସ ଏଂଟରଟେନ୍ମେଂଟ ଖୁବଶୀଘ୍ର ଏଆଇଏଟିଏଫ ଚେୟାରମ୍ୟାନ୍ ମନମିନ୍ଦର ସିଂହ ବିଟ୍ଟାଙ୍କ ଉପରେ ବାୟୋପିକ ତିଆରି କରିବା ନେଇ ଘୋଷଣା କରିଛି । ତେବେ ଏହି ଫିଲ୍ମର ଲିଡ୍ ରୋଲ ପାଇଁ ଅକ୍ଷୟ କୁମାରଙ୍କ ପ୍ରଥମ ପ୍ରସନ୍ଦ ରହିଛନ୍ତି । ଯଦି ସବୁ କିଛି ଠିକ୍ ରୁହେ ତେବେ ଅକ୍ଷୟଙ୍କୁ ମନମିନ୍ଦର ସିଂହ ବିଟ୍ଟାଙ୍କ ଭୂମିକାରେ ଦେଖିବାକୁ ମିଳିବ ।


ସେୟାର କରନ୍ତୁ