ଜାଣନ୍ତୁ ଅଣ୍ଡା ଖାଇବାର ଉପକାରିତା ବିଷୟରେ

Truthink
ସେୟାର କରନ୍ତୁ

ଦୈନନ୍ଦିନ ଜୀବନରେ ଆପଣ ଅନେକ ଜିନିଷର ଖାଉଥିବେ ଏହାରି ମଧ୍ୟରେ ଅଣ୍ଡାବି ଖାଉଥିବେ ୲ ତେବେ ଜାଣିଛନ୍ତି କି ଅଣ୍ଡା ଖାଇବା ଦ୍ଵାରା କଣ ସବୁ ସୁଫଳ ମିଳିଥାଏ ୲ ଆମିଷ ମଧ୍ୟରୁ ଅଣ୍ଡା ହେଉଛି ସମସ୍ତଙ୍କର ପ୍ରିୟ । ଅତି କମ୍ ସମୟ ମଧ୍ୟରେ ଅଣ୍ଡାକୁ ନେଇ ନାନା ପ୍ରକାରର ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରିହୁଏ । ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଗୋଟିଏ ସପ୍ତାହରେ ଅତି କମ୍‌ରେ 12ଟି ଅଣ୍ଡା ଖାଇଲେ ମଧୁମେହ ରୋଗୀଙ୍କଠାରେ ହାର୍ଟଆଟାକ୍ ହେବାର ଆଶଙ୍କା କମ୍ ଥାଏ । ଆସନ୍ତୁ ଜାଣିବା କେତେ ଲାଭଦାୟକ ଅଣ୍ଡା?

ମସ୍ତିସ୍କ ଓ ଆଖିକୁ ଠିକ୍ ରଖେ: ଅଣ୍ଡାରେ ଥିବା ପ୍ରୋଟିନ୍, ବିଭିନ୍ନ ପ୍ରକାର ଆମିନୋ ଏସିଡ୍, ଲ୍ୟୁଟେନିନ୍ ଆଦି ପୋଷକ ତତ୍ୱ ମସ୍ତିସ୍କକୁ ସୁସ୍ଥ ରଖେ । ଏଥିରେ ଥିବା ଭିଟାମିନ୍ ଏ, ଡି, ବି, ବି12 ଓ ଲୁଟିନ୍ ଆଦି ଆଖିକୁ ମଧ୍ୟ ସୁସ୍ଥ ରଖିଥାଏ ।

ଓଜନ ବୃଦ୍ଧିରେ ଓ ହ୍ରାସ କରିବାରେ କରିଥାଏ ସାହାଯ୍ୟ: ଅଣ୍ଡାରେ ଥିବା କେଶରରେ ଭରପୂର ପରିମାଣରେ କୋଲେଷ୍ଟ୍ରଲ୍ ଥାଏ । ତେଣୁ ଓଜନ ବୃଦ୍ଧି କରିବାକୁ ଚାହୁଁଥିବା ବ୍ୟକ୍ତି ପ୍ରତିଦିନ ଗୋଟେ ଅଣ୍ଡାର କେଶର ଖାଇବା ଲାଭଦାୟକ ହୋଇଥାଏ । ପ୍ରତିଦିନ ପିଲାମାନଙ୍କୁ ଗୋଟାଏ ଅଣ୍ଡା ଖାଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି । ସେହିପରି ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନେ ଅଣ୍ଡାର କେବଳ ଧଳା ଅଂଶ ଖାଇବା ଆବଶ୍ୟକ ।

ହାଡ଼କୁ ମଜ୍‌ବୁତ କରାଏ: ହାତ, ଗୋଡ଼ ତଥା ଶରୀରର ଅନ୍ୟ କେଉଁଠି ପୀଡ଼ା ଅନୁଭବ କରୁଥିଲେ ପ୍ରତିଦିନ ଅତିକମ୍‌ରେ ଗୋଟିଏ ଅଣ୍ଡା ଖାଆନ୍ତୁ । ଅଣ୍ଡାରେ ଥିବା ଭିଟାମିନ୍ ଡି ଏବଂ ପ୍ରୋଟିନ୍ ଶରୀରରୁ ପୀଡ଼ା ଦୂର କରିବା ସହ ହାଡ଼କୁ ମଜ୍‌ବୁତ୍ କରିଥାଏ ।


ସେୟାର କରନ୍ତୁ