ଫିଲ୍ମ ‘ତାନାଜୀ’ ଦେଖି ନିଜର ପ୍ରତିକ୍ରିୟା ରଖିଲେ ରିତିକ୍ ରୋଶନ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଓଡ଼ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ତାନାଜୀ ଦ ଅନସଙ୍ଗ ୱାରିଅର’ 40ଦିନ ପୂର୍ବରୁ ସାରା ଦେଶରେ ରିଲିଜ୍ ହୋଇଅଛି । ଏହା ଅଜୟଙ୍କର 100ତମ ଫିଲ୍ମ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତା ଅଜୟ ଦେବଗନ୍, ସୈଫ୍ ଅଲ୍ଲୀ ଖାନ୍ ଏବଂ ଅଭିନେତ୍ରୀ କାଜୋଲ । ଫିଲ୍ମଟି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ‘ଛପାକ୍’ ଫିଲ୍ମ ସହ ରିଲିଜ୍ ହୋଇଥିଲା ।

ଫିଲ୍ମ ‘ତାନାଜୀ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଅଛି । ତେବେ ବଲିଓଡ଼ ଅଭିନେତା ରିତିକ୍ ରୋଶନ ଏହି ଫିଲ୍ମକୁ ଦେଖି ପ୍ରଶଂସା କରିଛନ୍ତି । ସେ ଏହି ଫିଲ୍ମ ଦ୍ୱାରା ପ୍ରଭାବିତ ହୋଇ ନିଜର ପ୍ରତିକ୍ରିୟା ସୋସିଆଲ ମିଡ଼ିଆ ଜରିଆରେ ରଖିଛନ୍ତି ।

ଏହି ଫିଲ୍ମକୁ 40ଦିନ ପ‌ରେ ରିତିକ୍ ଦେଖିବା ସହ ସେ ଟୁଇଟ୍ କରି ଫିିଲ୍ମର ପ୍ରଶଂସା କରି ଲେଖିଛନ୍ତି କି, ମୁଁ ଏବେ ତାନାଜୀ ଦେଖିଲି । ଏହି ଫିଲ୍ମରେ ଥିବା ଆକ୍ସନ ଦୃଶ୍ୟ ପୂର୍ବରୁ ମୁଁ କୌଣସି ଫିଲ୍ମରେ ଦେଖି ନାହିଁ । ଏଥିରେ କାଜୋଲ ଏବଂ ଅଜୟ ଖୁବ୍ ଭଲ ଅଭିନୟ କରିଛନ୍ତି । ସୈଫଙ୍କ ଅଭିନୟ ମୋତେ ବହୁତ ପସନ୍ଦ ଆସିଲା । ଫିଲ୍ମର ସମସ୍ତ ସଦସ୍ୟଙ୍କୁ ଏମିତିକା କାମ ପାଇଁ ସମ୍ମାନ ଏବଂ ପ୍ରଶଂସା ମିଳିବା ଦରକାର ।

ରିତିକଙ୍କ ଏଭଳି ପ୍ରଶଂସା ପରେ ଅଜୟ ତାଙ୍କ ଟୁଇଟରରେ ଏହାର ଜବାବ ରଖି ଲେଖିଛନ୍ତି କି, ଫିଲ୍ମକୁ ଏତେ ଭଲ ପାଇବା ଦେଇଥିବାରୁ ଏବଂ ପ୍ରଶଂସା କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ । ଆପଣ ଫିଲ୍ମକୁ ଦେଖି ଏତେ ପ୍ରଭାବିତ ହେଲେ ବୋଲି ଜାଣି ମୁଁ ବହୁତ ଖୁସି ।


ସେୟାର କରନ୍ତୁ