ପର୍ଜଙ୍ଗ: ନିଅଣ୍ଟିଆ ବର୍ଷା କାରଣରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ, ଅନ୍ୟ ପକ୍ଷରେ ହାତୀ ଉପଦ୍ରବ

ରାଜ୍ୟ
ସେୟାର କରନ୍ତୁ

ପର୍ଜଙ୍ଗ : ଚଳିତ ବର୍ଷ ନିଅଣ୍ଟିଆ ବର୍ଷା କାରଣରୁ ଚାଷୀ ଭାଇ ମୁଣ୍ଡରେ ହାତ ଦେଇ ବସିଥିବାବେଳେ ଅନ୍ୟ ପକ୍ଷରେ ହାତୀ ଉପଦ୍ରବରୁ କେମିତି ନିଜର ତଳିଘେରା ବଞ୍ଚାଇବ ସେଥିପାଇଁ ଚିନ୍ତାରେ ବର୍ତ୍ତମାନ ଏ ଅଞ୍ଚଳର ଚାଷୀ । ବାସ୍ତବରେ କହିବାକୁ ଗଲେ, ଯଦିଓ ଏ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା କାରଣରୁ କିଛି ଜାଗାରେ ଚାଷ କାର୍ଯ୍ୟ ଚାଲୁଅଛି ତ ଆଉ କିଛି ଜାଗାରେ ବେଉଷଣ କାର୍ଯ୍ୟ ସରିଥିଲେ ମଧ୍ୟ ବର୍ଷା ଅଭାବରୁ କିଆରୀ ସୁଖି ପଡିଛି ।

ଆଉ ମଧ୍ୟ ଏଠି ଅନେକ ଜାଗାରେ ବର୍ଷା ଆରମ୍ଭରୁ କିଆରୀରେ ପାଣି ମୂଳରୁ ନହୋଇ ଥିବା କାରଣରୁ ଚାଷ କାର୍ଯ୍ୟ ହୋଇ ପାରିନାହିଁ । ଏଭଳି ପରିସ୍ଥିତିରେ ବର୍ଷାକୁ ଅନାଇ ରହିଥିବା ଚାଷୀ ଆଗକୁ ବର୍ଷା ହେବାର ସମ୍ଭାବନାକୁ ଆଖି ଆଗରେ ରଖି କୌଣସି ମତେ ନିଜ ତଳି କିଆରୀକୁ ପାଣି ଦେଇ ବଞ୍ଚାଇ ରଖିଛି । କିନ୍ତୁ ହେଲେ ଏଠି ପ୍ରକୃତିର ଅନ୍ୟ ଏକ ରୂପ ହାତୀ ମାନଙ୍କ ଉପଦ୍ରବ ଏ ଅଞ୍ଚଳରେ ଦାଉ ସାଜୁଛି ।

କହିବାକି, ଏ ଅଞ୍ଚଳରେ ଯେଉଁ କିଛି ଜାଗା କେନାଲ ଏବଂ ଶାଖା କେନାଲ ମାଧ୍ୟମରେ ଜଳ ସେଚିତ ହୋଇ ଚାଷ କାର୍ଯ୍ୟ ଆଗେଇଛି କିମ୍ବା ବର୍ଷା କାରଣରୁ ଚାଷ କାର୍ଯ୍ୟ ସରିଅଛି, ଏସବୁ ଜାଗାରେ ମଧ୍ୟ ହାତୀ ମାନଙ୍କର ପ୍ରାଦୁର୍ଭାବ ଦେଖିବାକୁ ମିଳୁଅଛି । ତେଣୁ ଏଠି ବର୍ଷା ପାଇଁ ଯେମିତି ଚାଷୀ ଭାଇ ଉପରକୁ ଚାହିଁ ରହିଛି, ଠିକ ସେଇଭଳି ନିଜର ଚାଷ ସରିଥିବା ଜମି ପାଇଁ ହେଉ ଅବା ନିଜ ତଳି କିଆରୀକୁ କିପରି ହାତୀ ମାନଙ୍କ କବଳରୁ ବଞ୍ଚାଇବ ସେଥିପାଇଁ ମଧ୍ୟ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଅଛି ।

ଉଲେଖ ଥାଉ କି କହିବାକୁ ଗଲେ, ଏ ଅଞ୍ଚଳରେ ପ୍ରାୟ ବାର-ଚଉଦ ବର୍ଷ ହେବ ହାତୀ ମାନଙ୍କର ଉପଦ୍ରଵତା ଅଧିକ ମାତ୍ରାରେ ଦେଖିବାକୁ ମିଳୁଅଛି । କିନ୍ତୁ ଏହା ପୂର୍ବରୁ ଯଦିଓ ହାତୀ ମାନଙ୍କର ଯାତାୟାତ ଏ ଅଞ୍ଚଳରେ ହେଉଥିଲା, ତେବେ କିଛି ନିର୍ଦିଷ୍ଟ ଚଲା ପଥ ସେମାନଙ୍କର ରହିଥିଲା । ଯାହା ଦ୍ୱାରାକି ବିଶେଷ ଭାବରେ ଏତେଟା କ୍ଷତି ଘଟୁ ନଥିଲା । ଏବେ କିନ୍ତୁ ପର୍ଜଙ୍ଗ ଅଞ୍ଚଳ ହାତୀ ମାନଙ୍କ ଆଡାସ୍ଥଳୀ ପାଲଟି ଯାଇଛି ।


ସେୟାର କରନ୍ତୁ