କିୟାରା ଆଡ଼ଭାନୀଙ୍କ ଟପଲେସ ସୁଟ ପାଇଁ ନାରାଜ ଦର୍ଶକ,ମିମ୍ମିସ ବନାଇ ପଚାରିଲେ କପଡ଼ା କେଉଁଠି ଅଛି ?

ସିନେମା
ସେୟାର କରନ୍ତୁ

ସେଲିବ୍ରେଟି ଫଟୋଗ୍ରାଫର ଡ଼ବ୍ବୁ ରତନାନି ନିଜର କ୍ୟାଲେଣ୍ଡର ଲଞ୍ଚକୁ ନେଇକରି ଚର୍ଚ୍ଚାରେ ରହିଛନ୍ତି । ଡ଼ବ୍ବୁ ରତନାନି ନିଜର କ୍ୟାଲେଣ୍ଡରରେ କିୟାରା ଆଡ଼ଭାନୀଙ୍କୁ ମଧ୍ୟ ଏହି ଥର ତାଙ୍କୁ ସ୍ଥାନ ଦେଇଛନ୍ତି । କିୟାରା ଆଡ଼ଭାନୀ ନିଜର ସେହି ଫଟୋକୁ ନେଇ ମଧ୍ୟ ଖୁବ ଚର୍ଚାରେ ଅଛନ୍ତି ।

କିୟାରା ଆଡ଼ଭାନୀ ନିଜର ଏହି ଫଟୋରେ କଦଳୀ ପତ୍ର ପଛରେ ଠିଆ ହୋଇଛନ୍ତି । କିୟାରା ଟପଲେସରେ ମଧ୍ୟ ନଜର ଆସିଛନ୍ତି ଏବଂ ନିଜକୁ କଦଳୀ ପତ୍ରରେ କଭର କରିଛନ୍ତି । ଏବେ ଜାଣିବାର କଥା କି କିୟାରାଙ୍କ ବୋଲଡ଼ ଛବି ଇଣ୍ଟରନେଟରେ ତ ଚର୍ଚାରେ ରହିବ । କିୟାରା ଆଡ଼ଭାନୀଙ୍କ ଟପଲେସ ସୁଟ ପାଇଁ ତାଙ୍କର ଫ୍ୟାନ୍ସମାନେ ଚିନ୍ତିତ ଏବଂ ନାରାଜ ମଧ୍ୟ ହୋଇଛନ୍ତି । କିୟାରାଙ୍କ ଫ୍ୟାନ୍ସମାନେ ମିମ ବନାଇକରି ପଚାରିଛନ୍ତି କି ତାଙ୍କର କପଡା କେଉଁଠି ଅଛି ?

କିୟାରା ଆଡ଼ଭାନୀ ଫିଲ୍ମ କବୀର ସିଂହରେ ସାହିଦ କପୁରଙ୍କ ସାଥିରେ ନଜର ଆସିଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଖୁବ ହିଟ ହୋଇଥିଲା । କିୟାରାଙ୍କ ଏହି ବୋଲଡ଼ ଛବି ଉପରେ ମଧ୍ୟ ତାଙ୍କର ଦର୍ଶକମାନେ କବୀର ସିଂହ ଷ୍ଟାଇଲରେ ମଧ୍ୟ ତାଙ୍କୁ ପ୍ରଶ୍ନ ପଚାରିଛନ୍ତି । ଫିଲ୍ମ କବୀର ସିଂହରେ ସାହିଦ କପୁରଙ୍କ କ୍ୟାରେକ୍ଟର ବିଲକୁଲ ଅଲଗାଥିଲା ଏଥିପାଇଁ ଦର୍ଶକମାନେ ମିମ ବନାଇବାରେ ମଧ୍ୟ କିଛି କମି ଛାଡ଼ିନାହାନ୍ତି ।

ଏହି ବର୍ଷ ଡ଼ବ୍ବୁ ରତନାନିଙ୍କ କ୍ୟାଲେଣ୍ଡରରେ ଜାଗା ବନାଇଥିବା ସୀତାରୋ ମାନଙ୍କ ମଧ୍ୟରେ ନାମ ହେଉଛି- ଅମିତାଭ ବଚ୍ଚନ,ଐଶ୍ଵରିୟା ରାୟ ବଚ୍ଚନ,ଅଭିଷେକ ବଚ୍ଚନ,ଶାହରୁଖ ଖାନ,ଅକ୍ଷୟ କୁମାର,ରୀତିକ ରୋଶନ,ଜନ ଅବ୍ରାହାମ,କାର୍ତ୍ତିକ ଆର୍ଯ୍ୟାନ,ଟାଇଗର ଶ୍ରଫ୍,ବରୁଣ ଧାୱନ,ଆଲିଆ ଭଟ୍ଟ,ଅନୁଷ୍କା ଶର୍ମା,ଜ୍ୟେକଲିନ ଫରନାଡ଼ିଶ,ସନି ଲିଓନି,କିୟାରା ଆଡ଼ଭାନୀ,କୃତି ସେନନ,ପରିଣୀତି ଚୋପଡ଼ା ଏବଂ ବିଦ୍ୟା ବାଲନ ।


ସେୟାର କରନ୍ତୁ