ଆପଣ ଟିକଟକ କରୁଛନ୍ତି କି, ମିଳିପାରେ ଏତେବଡ଼ ଅଫର

ଭାଇରାଲ
ସେୟାର କରନ୍ତୁ

ଏବେ ସମସ୍ତେ ଟିକଟକ ମାୟାରେ ବାୟା ହୋଇଛନ୍ତି । ପିଲାଠୁ ବୁଢ଼ା ସମସ୍ତେ ନିଜର ଟ୍ୟାଲେଣ୍ଟ ଦେଖାଉଛନ୍ତି । ତେବେ ଏହି ଟିକଟକ ଲାଗି ବହୁ ୟୁଜର୍ସଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଛି ବା ସେମାନଙ୍କର ମଧ୍ୟ ବହୁ ପ୍ରଂଶସା କରାଯାଉଛି । ତେବେ ଏହି ଟିକଟକ ୟୁଜର୍ସଙ୍କ ଲାଗି ଏବେ ଏକ ଖୁସି ଖବର ଅଛି । ଯେଉଁ ୟୁଜର୍ସ ଭଲ ଟିକଟକ କରିବେ ତାଙ୍କୁ ଇଷ୍ଟର୍ଣ୍ଣ ମିଡିଆର ଆଗାମୀ ଫିଲ୍ମରେ ସୁଯୋଗ ଦିଆଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଥାଉକି,ଇଷ୍ଟର୍ଣ୍ଣ ମିଡିଆ ନିବେଦିତ ଓଡିଆ ଫିଲ୍ମ ‘ତୁ ଭାରି ବିୟୁଟିଫୁଲ’ ର ଗୀତ ରିଲିଜ ହେବା ପରେ ବହୁତ ହିଟ ହୋଇଛି । ତେବେ ଏହି ଫିଲ୍ମର ଗୀତ ଗୁଡିକ ମୁଖ୍ୟତଃ ଟିକଟକ ୟୁଜର୍ସଙ୍କ ବହୁଳ ଭିଡିଓ ବନାଉଥିବାରୁ ହିଟ ହୋଇଛି । ଏଣୁ ପ୍ରଯୋଜନା ସଂସ୍ଥା ଘୋଷଣା କରିଛି କି ଆଗାମୀ ଫିଲ୍ମରେ ଟିକଟକରେ ଭଲ କରୁଥିବା ୟୁଜର୍ସଙ୍କୁ ସୁଯୋଗ ଦେବେ । ତେବେ ଯେଉଁମାନେ ଆଗ୍ରହୀ ଅଛନ୍ତି ତାହେଲେ ‘ତୁ ଭାରି ବିୟୁଟିଫୁଲ’ ଫିଲ୍ମର ଯେକୌଣସି ଗୀତରେ ଟିକଟକ କରି ଇଏମ୍ଇ ଫିଲ୍ମସ ଟିକ୍ଟକ୍ ଆକାଉଣ୍ଟ୍ @emefilmsodiaରେ ପଠାଇବେ ସେମାନଙ୍କ ମଧ୍ୟରୁ ଯୋଗ୍ୟ ବିବେଚିତ ପ୍ରତିଭାଙ୍କୁ ଇଏମ୍ଇ ଫିଲ୍ମସର ପରବର୍ତୀ ଚଳଚ୍ଚିତ୍ରରେ ସୁଯୋଗ ଦିଆଯିବ ବୋଲି ଘୋଷଣା କରାଯାଇଛି। । ଯଦି ଆମ ଖବର ଆପଣଙ୍କୁ ଭଲ ଲାଗିଥାଏ କିମ୍ବା ଆପଣଙ୍କ ପ୍ରତିଭା ଦେଖାଇବାର ବାଟ ଦେଖାଇଥାଏ ତାହେଲେ ଲାଇକ,କମେଣ୍ଟ ଏବଂ ସେୟାର କରିବାକୁ ଜମା ଭୁଲିବେନି ।


ସେୟାର କରନ୍ତୁ