ଦ୍ୱିତୀୟ ସପ୍ତାହରେ ମଧ୍ୟ ଧିମି ହୋଇନି ଅକ୍ଷୟ କୁମାରଙ୍କ ‘ଗୁଡ଼ ନିୟୁଜ’, 200କରୋଡ କ୍ଲବରେ କରିବ ପ୍ରବେଶ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଓଡ଼ ଆକ୍ଟର ଅକ୍ଷୟ କୁମାରଙ୍କ ‘ଗୁଡ଼ ନିୟୁଜ’କୁ ରିଲିଜ ହେବା 10 ଦିନ ହୋଇ ଗଲାଣି ଓ ଏବେ ମଧ୍ୟ ଏହାର କମାଇ ବଢ଼ିବାରେ ଲାଗିଅଛି । ‘ଗୁଡ଼ ନିୟୁଜ’ର କ୍ରେଜ ଜନତାଙ୍କ ମଧ୍ୟରେ ଏବେ ମଧ୍ୟ ଭଲ ରହିଛି, ଯାହାର ଫାଇଦା ବକ୍ସ ଅଫିସ କଲେକ୍ସନରେ ଦେଖିବାକୁ ମିଳୁଅଛି ।

‘ଗୁଡ଼ ନିୟୁଜ’ ନିଜର ଦ୍ୱିତୀୟ ସପ୍ତାହରେ ମଧ୍ୟ ଦମଦାର ଆୟ କରି ଦେଖାଉଛି । ଟ୍ରେଣ୍ଡ ଏନାଲିଷ୍ଟ ତରଣ ଆଦର୍ଶଙ୍କ ମୁତାବକ, ଅକ୍ଷୟ କୁମାର ଓ କରିନା କପୁରଙ୍କ ଏହି ଫିଲ୍ମ ନିଜର ଦ୍ୱିତୀୟ ସପ୍ତାହରେ ପାଖାପୂଖି 35କରୋଡ ଟଙ୍କାର ଆୟ କରିଅଛି । କୁହାଯାଉଛି କି ଏହି ଫିଲ୍ମ ଜଲ୍ଦି 175କରୋଡ ଆଂକେଡ୍କୁ ପାର ହେବ ଏବଂ 200କରୋଡ କ୍ଲବରେ ପ୍ରବେଶ କରିବ ।

ଏପର୍ଯ୍ୟନ୍ତ ଫିଲ୍ମ ‘ଗୁଡ଼ ନିୟୁଜ’ର ମୋଟ କଲେକ୍ସନ 162.10କରୋଡ ଟଙ୍କା ହୋଇଅଛି ।

ଅକ୍ଷୟ କୁମାରଙ୍କ ‘ଗୁଡ଼ ନିୟୁଜ’ ବକ୍ସ ଅଫିସରେ ସଲମାନ ଖାନଙ୍କ ‘ଦବଙ୍ଗ 3’କୁ ଆୟ କରିବା ମାମଲାରେ ପଛାଇ ଦେଇଛି । ଖାସ କଥା ଏହି କି, ବର୍ଷ 2019ରେ ଆସିଥିବା ଏହି ଫିଲ୍ମ ଅକ୍ଷୟ କୁମାରଙ୍କ ଚତୁର୍ଥ ହିଟ ଫିଲ୍ମ ହେଉଛି । ‘ଗୁଡ଼ ନିୟୁଜ’ ଖାଲି ଦେଶରେ ନୁହେଁ ବିଦେଶରେ ମଧ୍ୟ ଭଲ ଓପନିଂ କରିଅଛି । କହି ଦେବା କି ‘ଗୁଡ଼ ନିୟୁଜ’ ପ୍ରଥମ ଦିନ 17.56କରୋଡ ସାଥିରେ ଭାରତରେ ଓପନିଂ କରିଥିଲା ।

ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ କରିନା କପୁର ଖାନ,ଦୀଲଜିତ ଦୋଷାନଝ,କିୟାରା ଅଡ଼ବାଣି, ଟିସ୍କା ଚୋପଡ଼ା ଏବଂ ଅନ୍ୟ ଅକ୍ଟ୍ରସ କାମ କରିଛନ୍ତି । ଏହି ଫିଲ୍ମର ନିର୍ଦେଶନା ରାଜ ମେହତା କରିଛନ୍ତି ।


ସେୟାର କରନ୍ତୁ