ରିଲିଜ ହେଲା ସଲମାନ ଖାନ ଓ ଜ୍ୟାକଲିନ ଫର୍ଣ୍ଣାଡ଼ିଜଙ୍କ ଗୀତ ‘ତେରେ ବିନା’, ଦୁହେଁ ଦେଖାଯାଉଛନ୍ତି ରୋମାଣ୍ଟିକ ଅନ୍ଦାଜରେ.. ଦେଖନ୍ତୁ Video

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଦେଶରେ କରୋନା ଭାଇରସ କାରଣରୁ ଯେଉଁଠି ଲକଡାଉନ ଜାରିରହିଛି,ତେବେ ସେଇଠି ବଲିଓଡ ଭାଇଜାନ ତଥା ସଲମାନ ଖାନ ପୁଣି ଥରେ ଫ୍ୟାନ୍ସ ମାନଙ୍କୁ ନୂଆ ତୋଫା ଦେଇଛନ୍ତି । ସଲମାନ ଖାନଙ୍କ ନୂଆଗୀତ ‘ତେରେ ବିନା’ ରିଲିଜ ହୋଇଅଛି । ଏହି ସଂଗୀତରେ ସଲମାନ ଖାନ ଏବଂ ଜ୍ୟାକଲିନ ଫର୍ଣ୍ଣାଡ଼ିଜଙ୍କ ରୋମାଣ୍ଟିକ ଅନ୍ଦାଜ ଦେଖିବାକୁ ମିଳୁଅଛି । ଫ୍ୟାନ୍ସମାନଙ୍କୁ ‘ତେରେ ବିନା’ର ଭିଡ଼ିଓ ଖୁବ ପସନ୍ଦ ଆସୁଅଛି । ଏହି ମ୍ୟୁଜିକ ଭିଡ଼ିଓର ଖାସ କଥା ଏଇଆ କି ଏହା ତାଙ୍କର ପନୱେଲ ଵାଲେ ଫାର୍ମ ହାଉସରେ କରିଛନ୍ତି ।
ଏଠାରେ ଦେଖନ୍ତୁ ଭିଡ଼ିଓ…

ଏହି ଗୀତରେ ଦୁହେଁ ଘୋଡା ସଵାରୀ କରୁଛନ୍ତି, ବାଇକ ଚଲାଉଛନ୍ତି ଏବଂ ସୂର୍ଯ୍ୟାସ୍ତ ସମୟରେ ଏକ ବେଡ଼ ରୁମରେ ରୋମାନ୍ସ କରୁଥିବାର ଆସୁଛନ୍ତି ନଜର । ସଲମାନ ଏବଂ ଜ୍ୟାକଲିନ ଲଙ୍ଗ ଡ୍ରାଇଭରେ ଯାଉଛନ୍ତି, ପୁଲରେ ଗାଧଉଛନ୍ତି ଏବଂ ପେଟିଙ୍ଗ ବନାଉଥିବାର ନଜର ମଧ୍ୟ ଆସୁଛନ୍ତି । ଭିଡ଼ିଓର ଶେଷ ସଲମାନ ଖାନ ଉଠିବାରେ ଶେଷ ହେଉଅଛି । ପୁଣି ଆପଣଙ୍କୁ ଜଣା ପଡୁ଼ଛିକି ଭିଡିଓରେ ଜ୍ୟାକଲିନଙ୍କ ସହ ବିତାଇଥିବା ସମୟ ସେ ସ୍ୱପ୍ନରେ ଦେଖିଥାନ୍ତି । ଆଖି ଖୋଲିବା ପରେ ସେ ଜ୍ୟାକଲିନଙ୍କ ଜାଗାରେ ଗୋଟିଏ ଝିଅକୁ ଦେଖୁଛନ୍ତି, ସାୟଦ ସେ ତାଙ୍କର ଝିଅ ବୋଧ ହୁଏ ।

ଏହି ଗୀତକୁ ଅଜୟ ଭାଟିଆ କମ୍ପୋଜ କରିଛନ୍ତି ଏବଂ ଏହାକୁ ସବୀର ଅହମ୍ମଦ ଲେଖିଛନ୍ତି । ଯେବେକି ଏହାକୁ ସଲମାନ ଖାନ ଗାଇଛନ୍ତି । ଫିଲ୍ମ ‘ଲଭଯାତ୍ରୀ’ର ଡ଼ାଇରେକ୍ଟର ଅଭିରାଜ ମିନାୱାଲା ଏହି ମ୍ୟୁଜିକ ଭିଡିଓକୁ ଆସୋସିଏଟ ଡ଼ାଇରେକ୍ଟର କ୍ରେଡିଟ ସଲମାନ ଖାନଙ୍କୁ ଦେଇଛନ୍ତି । ଏହି ସଂଗୀତକୁ 4 ଦିନରେ ପୁରା କରାଯାଇଛି ।


ସେୟାର କରନ୍ତୁ