ଆସନ୍ତୁ ଜାଣିବା ଦିଶା ପାଟନୀଙ୍କ ଫିଟ୍‌ନେସ୍‌ ବିଷୟରେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡ୍‌ର ହଟ୍‌ ଅଭିନେତ୍ରୀଙ୍କ ମଧ୍ୟରେ ଦିଶା ପାଟନୀ ଜଣେ । ନିଜର ଅଭିନୟ ସାଙ୍ଗକୁ ଆକର୍ଷଣୀୟ ଓ ସୁନ୍ଦର ଫିଟ୍‌ନେସ୍‌ ପାଇଁ ସମସ୍ତଙ୍କର ପ୍ରିୟ ପାଲଟି ଯାଇଛନ୍ତି । ଫିଲ୍ମ ବାଗି-2ର ଏହି ଅଭିନେତ୍ରୀ ଦିଶା ନିଜର ଆକର୍ଷଣୀୟ ଫିଗର ପାଇ ବହୁତ ପରିଶ୍ରମ ସହ ସୁସ୍ଥ ଖାଦ୍ୟ ଉପରେ ଧ୍ୟାନ ଦେଇଥାନ୍ତି । ଜିମ୍‌ ଯିବା ସହ ଯୋଗାଭ୍ୟାସ ମଧ୍ୟ ସେ କରିଥାନ୍ତି । ସେ କ’ଣ ଖାଆନ୍ତି? ତାଙ୍କର ସ୍ୱାସ୍ଥ୍ୟ ପ୍ଲାନ୍‌ କ’ଣ? ଏମିତି ଅନେକ ବିଷୟରେ ତାଙ୍କର ପ୍ରଶଂସକ ମାନେ ଜାଣିବାକୁ ପ୍ରୟାସ କରନ୍ତି ।

ଦିଶା ନିଜର ଆକର୍ଷଣୀୟ ଫିଗର ପାଇ ବହୁତ ପରିଶ୍ରମ କରଥାନ୍ତି । ସେ ବାହାରର ମସଲାଯୁକ୍ତ ଓ ଫାଷ୍ଟଫୁଡ୍‌ ନଖାଇ ସହବୁବେଳେ ସୁସ୍ଥ ଖାଦ୍ୟ ଖାଇଥାନ୍ତି । ଫିଗର୍‌କୁ ମେଣ୍ଟେନ୍‌ ରଖିବା ପାଇଁ ସେ ଜିମ୍‌ ଯିବା ସହ ଯୋଗାଭ୍ୟାସ ମଧ୍ୟ କରିଥାନ୍ତି । ଏହାସହ ସେ ଡାଏଟିଂ ପ୍ରତି ମଧ୍ୟ ଧ୍ୟାନ ଦେଇଥାନ୍ତି । ବିଶେଷକରି ସେ ନିଜର ଖାଇବାରେ ପ୍ରୋଟିନ୍‌ ଓ ଭିଟାମିନ୍ସ ଅଧିକ ଖାଇଥାନ୍ତି ।

ଏଇଠି ତାଙ୍କର ଫିଲ୍ମ କ୍ୟାରିୟର ବିଷୟରେ କହିବାତ, ଆଗକୁ ଦିଶା ଆଦିତ୍ୟ ରାୟ କପୁରଙ୍କ ସହ ଫିଲ୍ମ ‘ମଲଙ୍ଗ’ରେ ନଜର ଆସିବେ । କିଛିଦିନ ତଳେ ଫିଲ୍ମର ଟ୍ରେଲର୍‌ ମଧ୍ୟ ରିଲିଜ୍‌ ହୋଇଛି, ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏହା ବ୍ୟତୀତ ଆସନ୍ତା ଇଦ୍‌ରେ ସେ ସଲ୍‌ମାନ୍‌ ଖାନ୍‌ଙ୍କ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଟେଡ୍‌ ଭାଇ’ରେ ଏକ ପ୍ରମୁଖ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ।


ସେୟାର କରନ୍ତୁ