ସୋମବାର ରାଶିଫଳ

Truthink
ସେୟାର କରନ୍ତୁ

ମେଷ: ଧନବାନ୍‌ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନ ଊଣା ହେବ ନାହିଁ। ବଳିଷ୍ଠ ହେବେ। ଆକର୍ଷଣୀୟ ସ୍ବାସ୍ଥ୍ୟ ସମ୍ପଦଯୁକ୍ତ ହେବେ। ସୌଭାଗ୍ୟ ସମ୍ପନ୍ନ ହୋଇପାରନ୍ତି। ସମ୍ମାନ ମିଳିବ। ସ୍ତ୍ରୀ, ପୁତ୍ର, ପ୍ରୀତିପନ୍ନା ହେବେ। ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି।
ବୃଷ: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କାର୍ଯ୍ୟରେ ମାନ୍ଦାବସ୍ଥା ଲାଗି ରହିବ। ଧର୍ମ-କର୍ମ ସଂପାଦନ କରିପାରନ୍ତି। ଦେବ, ଗୁରୁ, ଦ୍ବିଜଭକ୍ତ ହୋଇପାରନ୍ତି। ଶୁଚ୍ଚି ଓ ସୁଖୀ ହେବେ। ନିଜ ବଳାର୍ଜିତ ସମ୍ପତ୍ତି ଭୋଗ କରିବେ। ପତ୍ନୀଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତିତ ହୋଇପାରନ୍ତି।
ମିଥୁନ: ଆୟ ପରିମାଣ ବୃଦ୍ଧି ପାଇବ। ସତ୍‌କର୍ମରେ ସ୍ବଇଚ୍ଛାରେ ବ୍ୟୟ କରିପାରନ୍ତି। ଆରୋଗ୍ୟ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ବ୍ୟବସାୟ ଲାଭଜନକ ହେବ। ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ସରକାରଙ୍କ କୃପାପାତ୍ର ହେବେ। ଜନସାଧାରଣଙ୍କ ଆଦରଣୀୟ ହେବେ।
କର୍କଟ: କାର୍ଯ୍ୟରେ ସଫଳତା ଲାଭ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁମିଷ୍ଟ ଭୋଜନରୁ ତୃପ୍ତି ମିଳିବ। ମାତୃ ଧନ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ଅର୍ଥ ମିଳିବ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। ବହୁବିଧ ଧନଯୁକ୍ତ ଓ ଗୁଣଜ୍ଞ ହେବେ।
ସିଂହ: ପରୋପକାରୀ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଆନନ୍ଦ-ଉତ୍ସବ ଲାଗି ରହିବ। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି। ସର୍ବାଙ୍ଗୀଣ ଉନ୍ନତି ହେବ। କାର୍ଯ୍ୟ ବିଳମ୍ବିତ କଲେ ବାଦାନୁବାଦର ସମ୍ମୁଖୀନ ହେବେ। ପୁଣ୍ୟବାନ୍‌ ହେବେ।
କନ୍ୟା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଚୌର ଭୟ ରହିଛି। ଶତ୍ରୁ ଦାଉ ସାଧିବାକୁ ଚେଷ୍ଟା କରିବେ। ଚିତ୍ତ ଅସ୍ଥିର ରହିପାରେ। ପତ୍ନୀ ଆସନ୍ନ ପ୍ରସବା ଥିଲେ କନ୍ୟା ସନ୍ତାନ ଜନ୍ମ ନେଇପାରେ। ଦାତା, ଭୋକ୍ତା, ଗୁଣବାନ୍‌, ଧନୀ ଓ ମାନୀ ହୋଇପାରନ୍ତି।
ତୁଳା: ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବୃଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ। ନୈତିକତା ବୃଦ୍ଧି ହେବ। ଗୁଣବତୀ ପତ୍ନୀର ସହାୟତା ମିଳିବ। ବିବିଧ ଧନଯୁକ୍ତ ହେବେ। ସ୍ୱଭାବ ବିନୀତ ହେବ।
ବିଛା: ଆନନ୍ଦ ଉଲ୍ଲାସରେ ସମୟ ବିତାଇ ପାରନ୍ତି। ସତ୍‍କର୍ମରେ ବ୍ୟୟ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁ ବିନାଶ କରିପାରନ୍ତି। ହର୍ଷଯୁକ୍ତ, ବିଶୁଦ୍ଧ ଭାଷୀ, ଧନଶାଳୀ ଓ ମୂଲ୍ୟବାନ ମୁକ୍ତା, ଧାତୁ ପ୍ରାପ୍ତ ହେବେ। ଶରୀର ଅସୁସ୍ଥ ରହିବ।
ଧନୁ: ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ। ଦେବ ଦର୍ଶନର ସୁଯୋଗ ଅଛି। କର୍ମ କୁଶଳତା ପ୍ରକାଶ ପାଇବ। ଆତ୍ମ ସନ୍ତୋଷ ଲାଭ କରିବେ। ଚିନ୍ତାଧାରା ଉନ୍ନତମାନର ହେବ। ବିଭିନ୍ନ କ୍ଷେତ୍ରରେ ପ୍ରଶଂସିତ ହେବେ। ପୁତ୍ର ଓ ପତ୍ନୀଙ୍କ ପାଇଁ ଶୁଭଫଳ ଚିନ୍ତା କରିବେ।
ମକର: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ସମସ୍ୟା ଦେଖା ଦେବ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କୃଷିକାର୍ଯ୍ୟ ଉପରେ ଧ୍ୟାନ ଦେବେ। ସୁଖ ଭୋଗ କରିପାରନ୍ତି। ଉତ୍ତମ ଗୃହ ପ୍ରାପ୍ତ ହେବେ। ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ହେବେ।
କୁମ୍ଭ: ସାମୟିକ ଭାବେ ଧୈର୍ଯ୍ୟ ହାନି ଘଟି ପାରେ। ଧନ ପ୍ରାପ୍ତିର ସୁଯୋଗ ଅଛି। ପାରିବାରିକ ସୁଖ ମିଳିବ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଶତ୍ରୁ ଉପରେ ବିଜୟ ଲାଭ କରିବେ। ବିଧି-ବିଧାନରେ ପ୍ରସିଦ୍ଧି ଲାଭ କରିବେ। ଦାନୀ ଓ ସର୍ବକଳାରେ ଦକ୍ଷ ହେବେ।
ମୀନ: କାର୍ଯ୍ୟ ହାସଲ ପାଇଁ ପ୍ରତୀକ୍ଷା କରିବାକୁ ପଡ଼ିବ। ଅର୍ଥ ଲାଭର ସୂଚନା ମିଳୁଛି। ମିତ୍ରତା ବୃଦ୍ଧି ହେବ। ବିଭିନ୍ନ ଦିଗରୁ ଧନାଗମ ହେବ। ତ୍ୟାଗଶୀଳ ହେବେ। ନୀତିଜ୍ଞ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ।, ଚଞ୍ଚଳମନା, ହୃଷ୍ଟଚିତ୍ତ ଓ ଅତି ସୁଖୀ ହେବେ।


ସେୟାର କରନ୍ତୁ