ବାଘ ବିପଜ୍ଜନକ ଢଙ୍ଗରେ କଲା ମଇଁଷି ଉପରେ ଆକ୍ରମଣ, ରଣଦୀପ ହୁଡା ଭିଡିଓ ସେୟାର କରି କହିଲେ ଏହା

ଭାଇରାଲ ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ଅଭିନେତା ରଣଦୀପ ହୁଡା ନିଜର ଭିନ୍ନ ଶୈଳୀ ଯୋଗୁଁ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଅନେକ ଥର ରଣଦୀପ ସୋସିଆଲ ମିଡିଆରେ ବହୁତ ମଜାଦାର ପୋଷ୍ଟ ଏବଂ ଭିଡିଓ ସେୟାର କରନ୍ତି । ଏଥର ପୁଣିଥରେ ତାଙ୍କର ସେୟାର ହୋଇଥିବା ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ ରଣଦୀପ ହୁଡା ସତପୁଡା ଟାଇଗର ରିଜର୍ଭ (STR) ର ବୋରୀ ଅଭୟାରଣ୍ୟରେ ଏକ ବାଘ ଦେଖିଥିଲେ । ଟାଇଗର ଫିଲ୍ମ ଅଭିନେତାଙ୍କ ସାମ୍ନାରେ ଶିକାର ପାଇଁ ଦୌଡୁଥିବାର ନଜର ଆସିଥିଲା । ଏହି ମୁହୂର୍ତ୍ତକୁ ୱାଇଲିଡ଼ ଲାଇଫ ସରୋଜ ଲୋଡି କ୍ୟାମେରାରେ କଏଦ କରିଥିଲେ । ଯାହା ବର୍ତ୍ତମାନ ବହୁତ ଭାଇରାଲ୍ ହେଉଛି ।

ସୋସିଆଲ ମିଡିଆରେ ରଣଦୀପ ହୁଡା ରବିବାର ଅପରାହ୍ନରେ ସୋସିଆଲ ମିଡିଆ ଆକାଉଣ୍ଟ ସହ ସେୟାର କରିଛନ୍ତି । ଏହି ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ଏକ ବାଘ ଅତି ଶୀଘ୍ର ଏକ ମଇଁଷିକୁ ଶିକାର କରିବାକୁ ଚେଷ୍ଟା କରୁଛି । ମଇଁଷିକୁ ଶିକାର କରିବା ପାଇଁ ବାଘଟି ବହୁତ ଦ୍ରୁତ ଗତିରେ ତା ପଛରେ ଦୌଡୁଡ଼ୁଛି । ଟାଇଗର ଶିକାର ଆକ୍ରମଣର ଏହି ଭିଡିଓକୁ ଟ୍ୱିଟ୍ କରି ରଣଦୀପ ହୁଡା ଲେଖିଛନ୍ତି – ‘ମାଇଁ ଫାଷ୍ଟ ଟାଇଗର ହଣ୍ଟ …’ ସେବେଠାରୁ ତାଙ୍କ ଟ୍ୱିଟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଜାତୀୟ ମିଡ଼ିଆ ସୂଚନା ଅନୁଯାୟୀ, ଏହି ଭିଡିଓଟି ସେହି ସମୟର ଯେତେବେଳେ ଅଭିନେତା ରଣଦୀପ ହୁଡା ଚୁରନା ଜଙ୍ଗଲରେ ଏକ ସଫାରି ଉପଭୋଗ କରୁଥିଲେ । କେବଳ ସେହି ସଫାରି ସମୟରେ ଏକ ବାଘ ତାଙ୍କୁ ଏବଂ ତାଙ୍କ ସାଥୀମାନଙ୍କୁ ଜଙ୍ଗଲର ଟ୍ରେଲରେ ନଜର ଆସିଥିଲା । ତାଙ୍କ ସହ ଜଙ୍ଗଲରେ ସଫାରି କରୁଥିବା ଅନ୍ୟ ପର୍ଯ୍ୟଟକମାନେ ମଧ୍ୟ ଏହି ଦୃଶ୍ୟ ଦେଖିଥିଲେ । ତା’ପରେ ରଣଦୀପ ଏହାକୁ ସୋସିଆଲ୍ ମିଡ଼ିଆରେ ସେୟାର କରିଥିଲେ ଏବଂ ଏହାଦେଖୁ ଦେଖୁ ଭାଇରାଲ୍ ହୋଇଥିଲା । କେବଳ 9 ଘଣ୍ଟା ମଧ୍ୟରେ 42 ହଜାରରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି ।

ଏହି ଭିଡିଓ ସତପୁଡା ଟାଇଗର ରିଜର୍ଭର ଅଫିସିଆଲ୍ ଫେସବୁକ୍ ପେଜରେ ମଧ୍ୟ ସେୟାର କରାଯାଇଛି । କହିବାକୁ ଗଲେ ଚଳଚ୍ଚିତ୍ର ଅଭିନେତା ରଣଦୀପ ହୁଡା ବନ୍ୟଜନ୍ତୁ ଫଟୋଗ୍ରାଫି ଏବଂ ଜଙ୍ଗଲ ବୁଲିବାକୁ ଭଲ ପାଆନ୍ତି । ଯେତେବେଳେ ସେ ସତପୁଡା ଟାଇଗର ରିଜର୍ଭର ବୋରି ଅଭୟାରଣ୍ୟରେ ଏହି ଦୃଶ୍ୟ ଦେଖିଲେ, ସେତେବେଳେ ସେ ଏହାକୁ ସେୟାର କରିବାରେ ନିଜକୁ ଅଟକାଇ ପାରିଲେ ନାହିଁ । ଏହାପୂର୍ବରୁ ରଣଦୀପ ଅନେକ ଜଙ୍ଗଲ ସମ୍ବନ୍ଧୀୟ ଭିଡିଓ ସେୟାର କରିଛନ୍ତି ।


ସେୟାର କରନ୍ତୁ