ଶକୁନ୍ ବତ୍ରାଙ୍କ ଫିଲ୍ମ Gehraiyaanର ଟିଜର ଆଉଟ, ସିଦ୍ଧାନ୍ତ-ଦୀପିକାଙ୍କ ଚୁମ୍ବନ ରହିଛି ଚର୍ଚାରେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଦୀପିକା ପାଦୁକୋନ (Deepika Padukone), ସିଦ୍ଧାନ୍ତ ଚତୁର୍ବେଦୀ (Siddhant Chaturvedi) ଏବଂ ଅନନ୍ୟା ପାଣ୍ଡେ (Siddhant Chaturvedi)ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗହରାଇୟାନ’ (Gehraiyaan Teaser)ର ଟିଜର ଆଉଟ ହୋଇଅଛି । ଶକୁନ୍ ବତ୍ରାଙ୍କ ଫିଲ୍ମର ଏହି ଟିଜରରେ ଅନେକ ଅକୁହା ଏବଂ ଶୁଣାଯାଇ ନଥିବା ଏକ ଅଡୁଆ ସମ୍ପର୍କ ଉପରେ ଆଧାରିତ ଅଟେ ।

ଶକୁନ୍ ବତ୍ରାଙ୍କ ନିର୍ଦ୍ଦେଶିତ ଦୀପିକା ପାଦୁକୋନ୍, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ଦୀର୍ଘ ଦିନ ଧରି ଏହି ଖବରରେ ଥିଲା । ତେବେ ଏହି ଚଳଚ୍ଚିତ୍ରଟିକୁ ନାମବିହୀନ ରଖାଯାଇଥିଲା । କିନ୍ତୁ ବର୍ତ୍ତମାନ ଦର୍ଶକଙ୍କୁ ଏକ ଉପହାର ଦେବା ପରି ଏହାର ନାମ ଏବଂ ଶକ୍ତିଶାଳୀ ଟିଜର ଆଉଟ କରାଯାଇଛି । ଏହା ଦେଖି ପ୍ରଶଂସକଙ୍କ ଧଡକନ ଆହୁରି ହାଇ ହୋଇଗଲାଣି ।

ଟିଜରରେ ଦୀପିକା ପାଦୁକୋନ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଚୁମ୍ବନ ଦୃଶ୍ୟ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛି । 35 ବର୍ଷୀୟ ଦୀପିକା ଓ 28 ବର୍ଷୀୟ ସିଦ୍ଧାନ୍ତଙ୍କ ଚୁମ୍ବନ ଦୃଶ୍ୟ ଏହି ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମ ‘ଗହରାଇୟାନ’ ଆମାଜନ ପ୍ରାଇମରେ 25 ଜାନୁୟାରୀ 2022 ରେ ମୁକ୍ତିଲାଭ କରିବ ।


ସେୟାର କରନ୍ତୁ