ଆସୁଛି ମୁଭି “ହିରଣ୍ୟ କାଶ୍ୟପ” କାଟିଦେବ ବାହୁବଳୀର ସବୁ ରେକର୍ଡ

Truthink ସିନେମା
ସେୟାର କରନ୍ତୁ

ଆପଣ ସୁପର ହିଟ ବାହୁବଳୀ ଦେଖିଥିବେ ୲ ଏହି ଫିଲ୍ମର 2ଟି ପାର୍ଟ ଦର୍ଶକଙ୍କୁ ବେଶ ଛୁଇଁ ପାରିଥିଲା ୲ ଏବେ ଆଉ ଏକ ଫିଲ୍ମ ଆସୁଛି ଯାହାର ନାଁ ରହିଛି ହିରଣ୍ୟ କାଶ୍ୟପ ୲ ଶୁଣାଯାଉଛି ଏହା ବାହୁବଳୀର ସବୁ ରେକର୍ଡକୁ କାଟିଦେବ ୲ ଫିଲ୍ମ ଫିଲ୍ମ ବାହୁବଳୀ ରୁ ହିନ୍ଦୀ ସିନେମା ଦର୍ଶକଙ୍କ ଠାରୁ ଆରମ୍ଭ କରି ପୁରା ଦେଶରେ ଚର୍ଚ୍ଚିତ ହୋଇଥିଲେ ସାଉଥ ସୁପରଷ୍ଟାର ରାଣା ଦଗୁବାତୀ ।

ବାହୁବଳୀରେ ଭଲ୍ଲାଦେବ୍ ଚରିତ୍ରରେ ରାଣାଙ୍କ ଲୋମ ଟାଙ୍କୁରା ଅଭିନୟ ତାଙ୍କୁ ଅଧିକ ଲୋକପ୍ରିୟତା ଆଣିଦେଇଥିଲା ବର୍ତ୍ତମାନ ରାଣା ନିଜ ଦର୍ଶକ ମାନଙ୍କ ପାଇଁ ନେଇ ଆସୁଛନ୍ତି ଆଉ ଗୋଟିଏ ଫିଲ୍ମ । ଯାହାର ନାମ ରହିଛି ହିରଣ୍ୟ କସ୍ୟପ୍ । ତେବେ ବାହୁବଳୀ ଠାରୁ ଫିଲ୍ମ ହିରଣ୍ୟକସ୍ୟପ୍ ଅଧିକ ରୋମାଞ୍ଚକର ହେବ ବୋଲି ରାଣା କହିଛନ୍ତି ।

ସୁଚନା ଅନୁସାରେ ଫିଲ୍ମ ଟି 3ଡି ଟେକନୋଲଜି ଦ୍ୱାରା ତିଆରି କରାଯାଉଛି । ଯାହା ଦର୍ଶକଙ୍କୁ ଅଧିକ ପସନ୍ଦ ଆସିବ ବୋଲି ଫିଲ୍ମର ନିର୍ମାତା ସୁରେଶ ବାବୁ କହିଛନ୍ତି । ଦୁଇବର୍ଷ ପୁର୍ବରୁ ଏହି ଫିଲ୍ମର ଘୋଷଣା କରାଯାଇଥିଲା । ତେବେ ନୂତନ ଜ୍ଞାନ କୌଶଳ ଦ୍ୱାରା ଫିଲ୍ମଟି ତିଆରି ହେଉଥିବାରୁ, ଏହା ଦର୍ଶକଙ୍କ ପାଖରେ ପହଞ୍ଚିବାରେ ବିଳମ୍ବ ହେଉଥିବା ଫିଲ୍ମର ପ୍ରଯୋଜକ ସୁଚନା ଦେଇଛନ୍ତି ।

ବାହୁବଳୀରେ ଦମ୍ଦାର ଅଭିନୟ ପରେ ଏବେ ଫିଲ୍ମ ‘ହିରଣ୍ୟ କସ୍ୟପ୍’ କୁ ନେଇ ମଧ୍ୟ ରାଣାଙ୍କ ଫ୍ୟାନ୍ସ ମାନେ ଅଧିକ ଉତ୍ସାହିତ ଅଛନ୍ତି । ତେବେ ଫିଲ୍ମଟି ବହୁତ ଶିଘ୍ର ରିଲିଜ୍ ହେବାକୁ ଯାଉଛି ବୋଲି ରାଣା ଦଗୁବାତୀ କହିଛନ୍ତି ।


ସେୟାର କରନ୍ତୁ