ଶୁକ୍ରବାର ରାଶିଫଳ

Truthink
ସେୟାର କରନ୍ତୁ

ମେଷ: ଆର୍ଥିକ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତରେ ଉତ୍ସାହ ବୃଦ୍ଧି ପାଇବ । ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ । ସରଳ ପ୍ରକୃତି ଓ ମଧୁରଭାଷା ଯୋଗୁଁ ଆଦରଣୀୟ ହେବେ । ଚୋରି ଭୟ ଅଛି । 

ବୃଷ: ଅଶାନ୍ତ ମନକୁ ଶାନ୍ତ କରିବାର ଉଦ୍ୟମ ଚଳାଇ ପାରନ୍ତି। ଭାଗ୍ୟର ପରିବର୍ତ୍ତନ ଘଟିବ । ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ଲାଭ କରିପାରନ୍ତି । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହୋଇପାରେ । 

ମିଥୁନ: ଆତ୍ମସନ୍ତୋଷ ମିଳିପାରେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଐଶ୍ୱର୍ୟ୍ୟଯୁକ୍ତ ହେବାକୁ ଉଦ୍ୟମ ଜାରି ରଖିବେ। ମୋକଦ୍ଦମାରେ ବିଜୟୀ ହୋଇ ଅର୍ଥ ପ୍ରାପ୍ତ ହୋଇପାରନ୍ତି ।

କର୍କଟ: ବନ୍ଧୁ ସହଯୋଗ ମିଳିପାରେ । କାର୍ୟ୍ୟ ବିଳମ୍ବିତ ହେବ । ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ । ଏକାନ୍ତରେ ସମୟ ବିତାଇବାକୁ ଇଚ୍ଛା କରିବେ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ ।

ସିଂହ: ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ସନ୍ତାନମାନେ ଗୁଣୀ ଓ ସମ୍ପତ୍ତିବାନ୍‍ ହେବେ ।

କନ୍ୟା: ଚିନ୍ତା ଦୂରେଇ ଯିବ । ଦିନଟି ଶ୍ରମ ବହୁଳ ହୋଇପାରେ । କୁଳଦୀପକ ହେବେ । ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟୀ ହେବେ । ଯଶସ୍ୱୀ ହେବେ ।

ତୁଳା: ଉତ୍ସବାଦିରେ ଯୋଗଦାନ କରିପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍‍ ହୋଇପାରନ୍ତି ।

ବିଛା: କାର୍ୟ୍ୟକ୍ଷେତ୍ର କଷ୍ଟସାଧ୍ୟ ହେବ । କଳହ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବେ । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗହେତୁ ସତର୍କରେ ଚଳିବାକୁ ପଡ଼ିବ ।

ଧନୁ: ଉପଜିଥିବା ସମସ୍ତ ଅସୁବିଧା ଦୂର ହେବ। ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବୀ ଭାବେ ସୁନାମ ଅର୍ଜନ କରିବେ । ଶାନ୍ତ ଓ ଧୈର୍ୟ୍ୟବାନ୍‍ ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶ ଉପାଦେୟ ହୋଇପାରେ ।

ମକର: ନୂତନ ଗାଡ଼ି କ୍ରୟ କରିବାର ସୁଯୋଗ ଅଛି । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ଦୀର୍ଘାୟୁ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଶକ୍ତିମାନ୍‍ ହେବେ । ଶତ୍ରୁହନ୍ତା ହେବାର ସୂଚନା ମିଳୁଛି । କିଛି ଅଶୁଭ ଫଳର ସୂଚନା ମିଳୁଛି । ଚାକିରିରେ ସୁନାମ ମିଳିବ ।

କୁମ୍ଭ: ଶୁଭକାର୍ୟ୍ୟରେ ଯୋଗଦାନ କରି ସମ୍ମାନିତ ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । କନ୍ୟା ସନ୍ତାନଙ୍କ ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ଧାର୍ମିକ ଓ ତେଜସ୍ୱୀ ହେବେ ।

ମୀନ: ଯାତ୍ରାକାଳୀନ କ୍ଳାନ୍ତି ଅନୁଭବ କରିପାରନ୍ତି । କଳହଠାରୁ ନିଜକୁ ଦୂରେଇ ରଖିବେ । ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । କୃଷି କର୍ମକାରୀ ହେବେ । ଜଳ ପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍‍ ହୋଇପାରନ୍ତି ।


ସେୟାର କରନ୍ତୁ