25 ହଜାର ଶ୍ରମିକଙ୍କ ଦାୟିତ୍ୱ ନେଇଛନ୍ତି ସଲମାନ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବର୍ତମାନ ସମୟରେ ସମଗ୍ର ପୃଥିବୀର ମାନବ ସମାଜ ବଡ଼ ସଂକଟ ଦେଇ ଗତି କରୁଛି ଏବଂମାନବ ନିଜର ଅସ୍ତିତ୍ଵକୁ ବଞ୍ଚାଇବା ପାଇଁ ଲଢେ଼ଇ ଲଢ଼ୁଅଛି, ଏକ ଦେଖା ଯାଉ ନଥିବା ଵାଲା ଭାଇରସ (କରୋନା) ଲୋକମାନଙ୍କୁ ମାରୁଅଛି । ଭାରତରେ କରୋନା ଭାଇରସ ଖୁବ ତେଜିରେ ପାଦ ପ୍ରସାରିତ ଆରମ୍ଭ କରୁଅଛି । ଭାରତରେ ଏବେ କରୋନା ରୋଗୀଙ୍କ ସଂଖ୍ୟା 1100ରୁ ଅଧିକ ହୋଇଗଲାଣି । ଏ ଭାଇରସ ଏପର୍ଯ୍ୟନ୍ତ 29 ଲୋକଙ୍କର ଜୀବନ ନେଇ ସାରିଲାଣି ।

କରୋନା ମୁକାବିଲା ପାଇଁ ସମ୍ପୂର୍ଣ ଦେଶକୁ ଲକ୍‌ଡାଉନ୍ କରାଯାଇଥିବା ବେଳେ ନିଜ ଘରକୁ ଛାଡି ପରିବାର ଭରଣ ପୋଷଣ କରିବା ପାଇଁ ଦିନ ମଜୁରିଆ ବା ଶ୍ରମିକ ଶ୍ରେଣୀର ଲୋକ ସହରକୁ ଯାଇଛନ୍ତି, ଏହି ଶ୍ରେଣୀର ଲୋକମାନେ ଭାରି ହଇରାଣ ହେଉଛନ୍ତି । ଏଭଳି ସ୍ଥିତିରେ ଯଦିଓ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡ଼ିକ ବିଭିର୍ନ ପ୍ରକାରର ପଦକ୍ଷେପମାନ ନେଇଛନ୍ତି, କିନ୍ତୁ ତାହା ପର୍ଯ୍ୟାପ୍ତ ମନେ ହେଉ ନାହିଁ । ଅନ୍ୟପକ୍ଷରେ ଅନେକ ସଂଗଠନ ଓ କିଛି ଲୋକ ବ୍ୟକ୍ତିଗତ ସ୍ତରରେ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ବଲିଓଡ଼ ଅଭିନେତା ସଲମାନ ଖାନ ।

ଲକ୍‌ଡାଉନ୍‌ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଥିବା ଶ୍ରମିକମାନଙ୍କ ମଧ୍ୟରୁ ପ୍ରାୟ 25 ହଜାର ଚିନ୍ତାରେ ପଡ଼ିଯାଇଛନ୍ତି । ତେବେ ଏମିତି ସ୍ଥିତିରେ ସେମାନଙ୍କୁ ଆର୍ଥିକ ସହାୟତା ଦେବାକୁ ଆଗେଇ ଆସିଛନ୍ତି ସଲମାନ । Federation of Western Indian Cine Employees (FWICE)ର ଅଧ୍ୟକ୍ଷ ଏନ୍ ତିୱାରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସଲମାନ ଏହି ଶ୍ରମିକମାନଙ୍କୁ ସାହାଯ୍ୟ କରିବା ନେଇ FWICE ସହ କଥାବାର୍ତ୍ତା କରିଛନ୍ତି । ତାଙ୍କ NGO ‘ବିଙ୍ଗ୍ ହ୍ୟୁମାନ୍’ ଟିମ୍ ବର୍ତ୍ତମାନ 25 ହଜାର ଶ୍ରମିକଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରୁଛି । ଏହି ଶ୍ରମିକମାନଙ୍କୁ ମାସକୁ 15 ହଜାର ଟଙ୍କା ଲେଖାଏ ଦିଆଯାଏ ବୋଲି ସଲମାନଙ୍କୁ କୁହାଯାଇଥିଲା । ଏହା ପରେ ସଲମାନ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଡିଟେଲ୍‌ସ ମାଗିଥିଲେ ବୋଲି FWICEର ସାଧାରଣ ସମ୍ପାଦକ ଅଶୋକ ପଣ୍ଡିତ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ସଲମାନ ସେମାନଙ୍କ ମେଡିକାଲ୍ ସୁବିଧା ପାଇଁ ପ୍ରତି ମାସରେ 5 ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ।

କେବଳ ଏତିକି ନୁହେଁ, ଶୁଟିଂ ବନ୍ଦ ରହିଥିଲେ ବି ସଲମାନ ଖାନ ଫିଲ୍ମସ୍(SKF)ର ଷ୍ଟୁଡିଓରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ମାସକର ଦରମା ଦିଆଯାଇଛି । ସଲିମ୍ ଖାନ କହିଛନ୍ତି ଯେ ତାଙ୍କ ବିଲ୍ଡିଂରେ ରହୁଥିବା ଲୋକମାନଙ୍କ ପାଇଁ ତଥା ସଲମାନଙ୍କ ପାଇଁ କାମ କରୁଥିବା ଷ୍ଟାଫ୍ ମାନଙ୍କର ଖାଇବା ପିଇବାର ମଧ୍ୟ ବନ୍ଦୋବସ୍ତ କରାଯାଇଛି ।


ସେୟାର କରନ୍ତୁ