ଡବୁ ରତନାନୀଙ୍କ ତରଫରୁ କରାଯାଇଥିବା କିୟାର ଆଡ଼ଭାନୀଙ୍କ ଫଟୋ ସୁଟ ଉପରେ ଉଠିଲା ପ୍ରଶ୍ନ

ସିନେମା
ସେୟାର କରନ୍ତୁ

ବଲିଓଡ଼ର ମସୁର ସେଲବ୍ରେଟି ଫଟୋ ଗ୍ରାଫର ଡବୁ ରତନାନୀଙ୍କ ଉପରେ ଆଇଡ଼ିଆ ଚୋରି କରିବାର ଆରୋପ ଲାଗିଅଛି । ରତନାନୀ 2020ପାଇଁ ନିଜର କ୍ୟାଲେଣ୍ଡର ଲଞ୍ଚ କରିଥିଲେ । ଯେଉଁଥିରେ କିୟାର ଆଡ଼ଭାନୀଙ୍କ ଫଟୋ ସୁଟ ଉପରେ ପ୍ରଶ୍ନ ଠିଆ ହୋଇଅଛି । ଏହି ଫଟୋରେ କିୟାରା ଅର୍ଧ ଲଗ୍ନ ଅବସ୍ଥାରେ ଫଟୋ ସୁଟ କରିଅଛନ୍ତି । ଫଟୋରେ କିୟାରା ନିଜକୁ ଏକ ବଡ଼ ପତ୍ର ଘୋଡାଇ ରହିଥିବାର ଦେଖାଯାଉଛନ୍ତି ।

କିୟାରାଙ୍କ ଏହି ଫଟୋ ସୁଟ ଉପରେ ସୋସିଆଲ ମିଡିଆରେ ଖୁବ ସଵାଲ ଉଠୁଅଛି । କିଛି ୟୁଜରଙ୍କ କହିବା ଅନୁଯାୟୀ ଏହା ଇଣ୍ଟରନେଶନାଲ ଫଟୋର କପି ଅଟେ । ୟୁଜର୍ସ ଏହାକୁ ଇଣ୍ଟରନେଶନାଲ ଫଟୋଗ୍ରାଫର ମେରୀ ବର୍ଷଙ୍କ ଫଟୋର କପି କହୁଛନ୍ତି ।

ଯାହା ଉପରେ ଇଣ୍ଟରନେଶନାଲ ଫଟୋଗ୍ରାଫର ମେରୀ ବର୍ଷ କମେଣ୍ଟ କରିଛନ୍ତି । କହିବାକି ଜଣେ ୟୁଜର କିୟାରାଙ୍କ ଫଟୋ ସାଥିରେ ମେରୀ ବର୍ଷଙ୍କ ଫଟୋର ତୁଳନା ଵାଲା ମିମ ଇନଷ୍ଟାଗ୍ରାମ ଉପରେ ସେୟାର କରିଥିଲେ । ଯେଉଁଥିରେ ମେରୀ ବର୍ଷ ନିଜର ଇନଷ୍ଟାଗ୍ରାମ ଷ୍ଟୋରି ଉପରେ ସେୟାର କରି ଲେଖିଛନ୍ତି,’ମୁଁ ବାସ ଏହାକୁ ଏଠାରେ ଛାଡୁ ଅଛି’ ।

ତେବେ ଏହି ପୁରା ବାକ୍ୟ ଉପରେ ଡବୁ ରତନାନୀ ଏବଂ କିୟାର ଆଡ଼ଭାନୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । କହିବାକି ଡବୁ ରତନାନୀଙ୍କ କ୍ୟାଲେଣ୍ଡର 2020 ପାଇଁ ଟାଇଗର ଶ୍ରଫ୍,ଆଲିଆ ଭଟ୍ଟ,ଭିକ୍କି କୌଶଲ,ବରୁଣ ଧାୱନ,ସନ୍ନି ଲିଓନି,ବିଦ୍ୟା ବାଲନ,ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଭଳି କେତେ ଷ୍ଟାର ଫଟୋ ସୁଟ କରାଇଥିଲେ ।


ସେୟାର କରନ୍ତୁ