ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ଦେହାନ୍ତ

ରାଜ୍ୟ ସିନେମା
ସେୟାର କରନ୍ତୁ

ଭୁବନେଶ୍ୱର : ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ହୃଦଘାତରେ ଦେହାନ୍ତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ଦେହାନ୍ତ ହୋଇଅଛି । ମୃତ୍ୟୁ ବେଳକୁ ରବି ମିଶ୍ରଙ୍କୁ 64ବର୍ଷ ହୋଇଥିଲା । ଗତ କାଲି ସୁଟିଂ କରୁଥିବାବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେବେ ଏହା ଗ୍ୟାସ ଜନିତ ବୋଲି ଭାବି ସେ ସୁଟିଂ ଶେଷ କରିଥିଲେ । ଗତ ରାତିରେ ତାଙ୍କର ଯନ୍ତ୍ରଣା ବଢିବାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ମୃତ୍ୟୁ ଖବର ପାଇବା ପରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି ।

ରବି ମିଶ୍ର ଅନେକ ମଞ୍ଚ, ସିରିଏଲ ଓ ଫିଲ୍ମରେ ଅଭିନୟ କରିଛନ୍ତି । ଖାସ୍‌ କରି ହାସ୍ୟ ଅଭିନେତା ଭାବେ ରବି ମିଶ୍ର ଖୁବ୍‌ ପ୍ରଶଂସା ସାଉଁଟିଥିଲେ । ଏପରିକି ଟେଲି ସିରିଏଲ ‘ଗୋପାଳ ରହସ୍ୟ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ବହୁ ପ୍ରଶଂସା ସାଉଁଟିଥିଲେ । ‘ହେ ପ୍ରଭୁ’ ସିରିଏଲରେ ସେ ମଧ୍ୟ କାମ କରୁଥିଲେ । ସେହିପରି ଓଡିଆ ଫିଲ୍ମ ସୌଭାଗ୍ୟବତୀ ତାଙ୍କର ଅଭିନୟ ପାଇଁ ଖୁବ୍‌ ପ୍ରଶଂସା ସାଉଁଟିଥିଲେ ।


ସେୟାର କରନ୍ତୁ