Coronavirus-ଦେଶରେ 1347 ପହଞ୍ଚିଲା ସଂକ୍ରମିତ ରୋଗୀଙ୍କ ସଂଖ୍ୟା, 32 ମୃତ୍ୟୁ, 138 ଠିକ ହୋଇ ଫେରିଛନ୍ତି

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦେଶରେ ଜୀବନ ନେଉଥିବା କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ଦେଶରେ 27 ରାଜ୍ୟରେ ପ୍ରସାରିତ କରିଥିବା ଏକ ଜୀବନ ନେଉଥିବା ଭାଇରସ କାରଣରୁ ଏପର୍ଯ୍ୟନ୍ତ 1347 ଲୋକ ସଂକ୍ରମିତ ହୋଇସାରିଲେଣି । ଏହାର କାରଣରୁ 32 ଲୋକଙ୍କର ମୃତ୍ୟୁ ଘଟିସାରିଲାଣି । ତେବେ 138 ଲୋକ ମଧ୍ୟ ଏହି ଭାଇରସ ଯୁଦ୍ଧରେ ବିଜୟ ଲାଭ କରିଛନ୍ତି ଏବଂ ସେମାନେ ହସ୍ପିଟାଲରୁ ଛୁଟି ହୋଇ ଫେରିଛନ୍ତି । ଦୁଇଟି ରାଜ୍ୟ କେରଳ ଓ ମହାରାଷ୍ଟ୍ରରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 200ରୁ ଅଧିକ ହୋଇଗଲାଣି ।

କେଉଁ ରାଜ୍ୟରେ କେତେ ମୃତ୍ୟୁ ଘଟିଛି ଓ କେତେ ଠିକ ହୋଇଛନ୍ତି ?
ସବୁଠାରୁ ବେଶୀ 8 ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି, ଏହା ପରେ ଗୁଜରାଟରେ ଛଅ, କର୍ଣ୍ଣାଟକରେ ତିନ, ମଧ୍ୟପ୍ରଦେଶରେ ତିନ, ରାଜଧାନୀ ଦିଲ୍ଲୀରେ ଦୁଇ, ପଚିମବଙ୍ଗରେ ଦୁଇ, କେରଳ, ତେଲେଙ୍ଗାନା, ତାମିଲନାଡୁ, ଜମ୍ମୁ-କାଶ୍ମୀର, ପଞ୍ଜାବ, ବିହାର ଏବଂ ହିମାଚଳ ପ୍ରଦେଶରେ ଏକ-ଏକ ମୃତ୍ୟୁ ହୋଇଅଛି । ତେବେ ଠିକ ହୋଇଥିବା ରୋଗୀଙ୍କ ସଂଖ୍ୟା କହିବାତ ମହାରାଷ୍ଟ୍ରରେ 25, କେରଳରେ 16, ଉତ୍ତର ପ୍ରଦେଶରେ 11, ହରିୟାନାରେ 17, କର୍ଣ୍ଣାଟକରେ ପାଞ୍ଚ, ଦିଲ୍ଲୀରେ ଛଅ, ତାମିଲନାଡୁରେ ଚାରି, ଲଦାଖରେ ତିନ, ରାଜସ୍ଥାନରେ 3, ହିମାଚଳ ପ୍ରଦେଶରେ 2, ଉତ୍ତରାଖଣ୍ଡରେ 2,ତେଲେଙ୍ଗାନା, ଗୁଜରାଟ, ଜମ୍ମୁ-କାଶ୍ମୀର, ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶରେ ଏକ-ଏକ କରି ଠିକ ହୋଇଛନ୍ତି ।

ସାରା ବିଶ୍ୱରେ ଏପର୍ଯ୍ୟନ୍ତ 7 ଲକ୍ଷ 85 ହଜାର 777 ଲୋକ ସଂକ୍ରମିତ ହୋଇଛନ୍ତି ତେବେ 37 ହଜାର 815 ଲୋକଙ୍କର ମୃତ୍ୟୁ ହୋଇଛି । ତେବେ ଏପର୍ଯ୍ୟନ୍ତ 1ଲକ୍ଷ 65 ହଜାର 607 ଜଣ ଲୋକ ଠିକ ହୋଇଛନ୍ତି । ସବୁଠାରୁ ବେଶୀ 11ହଜାର 591 ମୃତ୍ୟୁ ଇଟାଲୀରେ ହୋଇଅଛି ତେବେ ଏଠାରେ 1ଲକ୍ଷ 1739 ଲୋକ ସଂକ୍ରମିତ ହୋଇଛନ୍ତି । ସ୍ପେନରେ 7,716 ଲୋକଙ୍କର ମୃତ୍ୟୁ ଘଟିଛି ଏବଂ 87,956 ଲୋକ ସଂକ୍ରମିତ ହୋଇଛନ୍ତି । ତେବେ ଆମେରିକାରେ 1ଲକ୍ଷ 64 ହଜାର 253 ଲୋକ ସଂକ୍ରମିତ ଅଛନ୍ତି ଏବଂ ଏଠାରେ 3165 ଲୋକଙ୍କର ମୃତ୍ୟୁ ହୋଇଅଛି । ଚୀନରେ 3,305 ଲୋକଙ୍କର ମୃତ୍ୟୁ ହୋଇଅଛି ଏବଂ 81,518 ଲୋକ ସଂକ୍ରମିତ ହୋଇଛନ୍ତି ।


ସେୟାର କରନ୍ତୁ