ପରିଡା ନୁହେଁ ଗିରଫ ହେଲେ ପୃଷ୍ଟି ବାବୁ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ହାଲୋ ମୁଁ ପରିଡା ବାବୁ କହୁଛି ଖଣ୍ଡଗିରିରୁ.. । ମୋର ଗୋଟିଏ ଗଞ୍ଜେଇ ବସ୍ତା ବିମାନରେ ଯିବ । ତାକୁ ଠିକ୍ ଠାକ୍ ନେବ ନହେଲେ ବିମାନବନ୍ଦରକୁ ଉଡେଇ ଦେବି । ଏହିଭଳି ଏକ ଅଜଣା ଫୋନ୍ କଲ ଗତ ଗୁରୁବାର୍ କମିଶନରେଟ୍ ପୁଲିସକୁ ଦୋହଲାଇ ଦେଇଥିଲା ।

ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ ଏପରି ଏକ ଫୋନ୍ କଲ୍ କମିଶନରେଟ୍ ପୁଲିସ ସମେତ ରାଜ୍ୟ ପୁଲିସକୁ ଚିନ୍ତାରେ ପକାଇ ଦେଇଥିଲା । ଯାହାର ତଦନ୍ତ କମିଶନରେଟ୍ ପୁଲିସ ସଙ୍ଗେ ସଙ୍ଗେ ଆରମ୍ଭ କରି ଖଣ୍ଡଗିରି ଅଞ୍ଚଳରୁ ବସନ୍ତ ପୃଷ୍ଟି ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ।

ବସନ୍ତ ପୂର୍ବରୁ କମିଶନରେଟ୍ ପୁଲିସ କଣ୍ଟ୍ରୋଲ ରୁମ୍ ଓ ଦମକଳ କେନ୍ଦ୍ରକୁ ଫୋନ୍ କରି ଅଶ୍ଲୀଳ ଗାଳିଗୁଲଜ କରିଥିବା ରେକର୍ଡ ରହିଛି ବୋଲି ପୁଲିସ କହିଛି । ବସନ୍ତ ଜଣେ ମାନସିକ ବିକାରଗ୍ରସ୍ତ ଲୋକ ବୋଲି ସୂଚନା ମିଳିଛି ।


ସେୟାର କରନ୍ତୁ