ଶୀତଦିନେ ଘରୋଇ ଉପାୟରେ ଏମିତି ନିଅନ୍ତୁ ତ୍ଵଚାର ଯତ୍ନ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଶୀତଦିନେ ତ୍ୱଚାର ଶୁଷ୍କତାରୁ ରକ୍ଷା ପାଇବା ପାଇଁ ବଡି ଲୋସନ, ମଶ୍ଚରାଇଜର ଏବଂ କ୍ରିମ ଭଳି ବହୁ ଉପାୟ ଅବଲମ୍ବନ କରନ୍ତି । କିନ୍ତୁ ଏହାର ପ୍ରଭାବ ମାତ୍ର କିଛି ସମୟ ପାଇଁ ରହିଥାଏ । ଯଦି ଆପଣ ଚାହିଁବେ କିଛି ନ୍ୟାଚୁରାଲ ମଶ୍ଚରାଇଜରର ବ୍ୟବହାର କରି ତ୍ୱଚାର ଶୁଷ୍କତାକୁ ଦୂରେଇପାରିବେ । ଏହାକୁ ଆପଣ ଗାଧୋଇବା ସମୟରେ କିମ୍ବା ଶୋଇବା ପୂର୍ବରୁ ପ୍ରତିଦିନ ଲଗାଇ ଶୀତଦିନକୁ ଉପଭୋଗ କରିପାରିବେ ।

ମହୁ : ମହୁ ସବୁଠୁ ଭଲ ମଶ୍ଚରାଇଜର ଭଳି କାମ ଦିଏ । ଯାହାକିଆପଣଙ୍କ ତ୍ୱଚା ଭିତରୁ ହିଁ ମଶ୍ଚରାଇଜ କରିଥାଏ । ଏହାବ୍ୟତୀତ ଏହାକୁ ନିୟମିତ ବ୍ୟବହାର କଲେ ତ୍ୱଚା ଉଜ୍ଜଳ ଦେଖାଯିବା ସହ ଦାଗ ହଟିଯାଏ । ତେଣୁ ପ୍ରତିଦିନ ଗାଧୋଇବା ପୂର୍ବରୁ ମହୁର ଏକ ପତଳା ଆସ୍ତରଣ ଲଗାଇ ଦଶ ମିନିଟ୍ ପରେ ଧୋଇଦିଅନ୍ତୁ ।

ଦହି : ଏହା ତ୍ୱଚାକୁ କୋମଳ କରିବା ସହ ଚିକ୍ୱଣ କରିଥାଏ । ଦହି ସହଜରେ ତ୍ୱଚାରେ ମିଶିଯିବା ସଂ ସବୁପ୍ରକାର ତ୍ୱଚା ପାଇଁ ଲାଭଦାୟକ । ପତଳା ଭାବେ ତ୍ୱଚାରେ ଲଗାଇ ୫ମିନିଟ୍ ପରେ ଧୋଇଦିଅନ୍ତୁ ।

ଏଲୋଭରା : ଶୁଷ୍କ ତ୍ୱଚାରୁ ରକ୍ଷା ପାଇବା ପାଇଁ ଏଲୋଭରା ବା ଘିକୁଆଁରୀ ଖୁବ୍ଦରକାରୀ । ଏହା ଶୁଷ୍କତା ସହ ବ୍ରଣ ସମସ୍ୟାରୁ ମୁକ୍ତି ମଧ୍ୟ ଦିଏ । କିନ୍ତୁ ବଜାରରେ ମିଳୁଥିବା ଏଲୋଭରା ବଦଳରେ ଆପଣ ଘରେ ଘିକୁଆଁରୀ ଗଛ ଲଗାଇ ଏହାର ଜେଲକୁ ଲଗାନ୍ତୁ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହାର ଏକ ପତଳା ଆସ୍ତରଣ ତ୍ୱଚାରେ ଲଗାଇ ସକାଳୁ ଧୋଇଦିଅନ୍ତୁ । ତୈଳାକ୍ତ ତ୍ୱଚା ପାଇଁ ଏହା ଖୁବ୍ ଲାଭଦାୟକ ।

କଦଳୀ : ଏଥିରେ ଥିବା ଭିଟାମିନ- ଏ, ଇ ଏବଂ ନୁ୍ୟଟ୍ରିଏଣ୍ଟଓ ତ୍ୱଚାକୁ ଶୁଷ୍କତାରୁ ବଞ୍ଚାଇବା ସହ ତ୍ୱଚାର ଭାଙ୍ଗ ଏବଂ ବ୍ରଣରୁ ରକ୍ଷା କରେ । ଏହା ତ୍ୱଚାର ମଶ୍ଚରାଇଜରରୁ ଦୀର୍ଘସ୍ଥାୟୀ କରି ରଖେ । ଦୁଇ ଚାମଚ କଦଳୀ ଚକଟା ନେଇ ତ୍ୱଚାରେ ଲଗାଇ ଦଶ ମିନିଟ ପରେ ଧୋଇଦିଅନ୍ତୁ ।

ତେଲ : କେତେକ ତେଲ ସବୁପ୍ରକାର ତ୍ୱଚାକୁ ସୁହାଇନଥାଏ । ଫଳରେ ତ୍ୱଚାର ଛିଦ୍ର ବନ୍ଦ ହୋଇଯାଏ । ତେଣୁ ଅଲିଭ ଅଏଲ ହେଉ ବା ନଡିଆ ତେଲ ଶୋଇବା ପୂର୍ବରୁ ତ୍ୱଚା ଓ ହାତ ଗୋଡରେ ଲଗାଇ ଶୁଅନ୍ତୁ ଏବଂ ସକାଳୁ ଧୋଇଦିଅନ୍ତୁ ।


ସେୟାର କରନ୍ତୁ