ଆସନ୍ତୁ ଜାଣିବା ସଜନା ଛୁଇଁର ଉପକାରିତା ବିଷୟରେ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ସଜନା ଗଛ ଏକ ଉପକାରୀ ଗଛ ଏବଂ ଏହାର ବହୁତ ଗୁଣ ରହିଛି । ଏହାର ପତ୍ର ଠାରୁ ଆରମ୍ଭ କରି ଛୁଇଁ ପର୍ଯ୍ୟନ୍ତ ସବୁକିଛି ସ୍ବାସ୍ଥ୍ୟ ପାଇଁ ଭଲ ଅଟେ । ସଜନା ଶାଗରେ ଯେପେରି ଅନେକ ଔଷଧୀୟ ଗୁଣ ରହିଛି, ସଜନା ଛୁଇଁ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ଅଟେ । ସଜନା ଛୁଇଁକୁ ଆପଣ ତରକାରୀ, ଭଜା କିମ୍ବା ସୁପ୍‌ରେ ବ୍ୟବହାର କରି ଖାଇପାରିବେ । ତେବେ ଚାଲନ୍ତୁ ଜାଣିବା ସଜନା ଛୁଇଁ ଖାଇବା ଦ୍ବାରା ଆମକୁ କ’ଣ ସବୁ ଲାଭ ମିଳିଥାଏ ।

: – ସଜନା ଛୁଇଁ ଖାଇବା ଦ୍ବାରା ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରଣରେ ରହିଥାଏ । ଏହା ମଧୁମେହ ରୋଗୀଙ୍କ ପାଇଁ ଖୁବ୍‌ ଭଲ ଅଟେ ।

:- ସଜନା ଛୁଇଁ ଶରୀର ଭିତରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

:- ସଜନା ଛୁଇଁ ଆମ ଶରୀରର ହାଡ଼କୁ ମଜବୁତ୍‌ କରିଥାଏ । ଫଳରେ ଗଣ୍ଠିବିନ୍ଧା ପରି ସମସ୍ୟା ବିଶେଷ ଜଣା ପଡିନଥାଏ ।

:- ଏହାକୁ ଖାଇବା ଦ୍ବାରା ନିଶ୍ବାସ ପ୍ରଶ୍ୱାସ ଜନିତ ସମସ୍ୟା ଦୂର ହୋଇଥାଏ ।

:- ସଜନା ଛୁଇଁ ଖାଇବା ଦ୍ବାରା କେଶ ମଜବୁତ ହୋଇଥାଏ । କେଶ ଝଡ଼ିବା ସମସ୍ୟା ମଧ୍ୟ ହ୍ରାସ ପାଇଥାଏ ।

:- ତେବେ ସବୁ ପରିବା ପାଇଁ ଯେପରି ସୀମା ରହିଛି, ସଜନା ଛୁଇଁ ଖାଇବାର ବି ଗୋଟେ ସୀମା ଅଛି । ଏହାକୁ ଅତ୍ୟଧିକ ପରିମାଣରେ ଖାଇଲେ ଗ୍ୟାସ୍‌ ହୋଇ ପେଟ ଦରଜ ପରି ସମସ୍ୟା ହୋଇଥାଏ ।

:- ସଜନା ଛୁଇଁରେ ଥିବା ଭିଟାମିନ୍‌ ସି ତ୍ବଚାକୁ ମଧ୍ୟ ଯୁବା ଦିଶିବାରେ ସାହାଯ୍ୟ କରେ । ସଜନ ଛୁଇଁ ଖାଇଲେ ତ୍ବଚାର ରୁକ୍ଷପଣ କମ୍‌ ହୋଇଥାଏ ।


ସେୟାର କରନ୍ତୁ