ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳ ଓଡ଼ିଆ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ସୁଭେତ୍ସା ଜଣାଇଲେ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ହେଉଛି ଓଡ଼ିଆ ମାନଙ୍କର ନବ ବର୍ଷ । ଏହି ନବ ବର୍ଷରେ ପ୍ରତେକ ଓଡ଼ିଆଙ୍କ ଘରେ ଘରେ ପିଠା ପଣା ହୋଇଥାଏ । କିନ୍ତୁ ଏବର୍ଷ ଏକ ଦେଖା ଯାଉ ନଥିବା ଭୁତାଣୁ (କରୋନା) ସଂକ୍ରମଣ କାରଣରୁ ସାରା ଦୁନିଆ ହାହାକାରରେ ବଞ୍ଚୁଅଛି । ଆମ ରାଜ୍ୟରେ ମଧ୍ୟ ଏହି ଭୁତାଣୁ ତାର ଗୋଡ଼କୁ ପ୍ରସାରିତ କରିବାରେ ଚାଲୁଅଛି । ସେହି କାରଣରୁ ଏବର୍ଷ ଓଡ଼ିଆ ନବବର୍ଷ ଫିକା ପଡୁଅଛି । ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ରାଜ୍ୟପାଳ ଓଡ଼ିଆ ନବବର୍ଷ ଉପଲକ୍ଷେ ସୁଭେତ୍ସା ଜଣାଇଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନିଜର ଟୁଇଟ କରି ଲେଖିଛନ୍ତି,’ଓଡ଼ିଶାବାସୀଙ୍କୁ ଓଡ଼ିଆ ନବବର୍ଷ ଅବସରରେ ହାର୍ଦ୍ଦିକ ଶୁଭକାମନା । ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଅଭିନନ୍ଦନ। ବର୍ଷ ସାରା ଖୁସି ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା ।’

ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ୍ ଟୁଇଟ୍ ଯୋଗେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଆଜିର ଦିନ କରୋନା ବିରୋଧରେ ବିଜୟ ସଂକଳ୍ପ ଦିବସ ହେଉ ବୋଲି ଜନ ସାଧାରଣଙ୍କୁ ସେ ଆହ୍ୱାନ କରିଛନ୍ତି।


ସେୟାର କରନ୍ତୁ