ଦେଶରେ ସଂକ୍ରମଣର ମାମଲା ବଢି କରି 8447ହେଲା,ଏପର୍ଯ୍ୟନ୍ତ 273 ଲୋକଙ୍କର ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ମାମଲା ଥମିବାରେ ନାଁ ଧରୁନାହିଁ । ଲକଡାଉନ ବାଵଜୂଦ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଚାଲୁଅଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତାଜା ସଂଖ୍ୟା ମୁତାବକ ଦେଶରେ ଏପର୍ଯ୍ୟନ୍ତ 8447 ଲୋକ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ତେବେ ଏପର୍ଯ୍ୟନ୍ତ 273 ଲୋକଙ୍କ ମୃତ୍ୟୁ ହୋଇଅଛି । ଦେଶରେ ଏବେ ମଧ୍ୟ 7409 ଆକ୍ଟିଭ କେସ ଅଛି । 764 ଲୋକ କରୋନାକୁ ମାତ ଦେଇକରି ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବକ ମହାରାଷ୍ଟ୍ରରେ 127, ଗୁଜରାଟରେ 22, ମଧ୍ୟପ୍ରଦେଶରେ 36, ପଞ୍ଜାବରେ11, ଦିଲ୍ଲୀରେ19, ତାମିଲନାଡୁରେ 10, ତେଲେଙ୍ଗାନା 9, ଆନ୍ଧ୍ରପ୍ରଦେଶରେ 6, କର୍ଣ୍ଣାଟକରେ 6, ପଶ୍ଚିମବଙ୍ଗରେ 5, ଜମ୍ମୁ-କାଶ୍ମୀରରେ4, ଉତ୍ତରପ୍ରଦେଶରେ 5, ହରିୟାଣାରେ 3, ରାଜସ୍ଥାନରେ 3, କେରଳ 2, ବିହାର ,ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଓଡ଼ିଶାରେ ଏକ-ଏକ ମୃତ୍ୟୁ ହୋଇଅଛି ।


ସେୟାର କରନ୍ତୁ