ଓଡ଼ିଆ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ସୁଭେତ୍ସା ଜଣାଇଲେ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ହେଉଛି ଓଡ଼ିଆ ମାନଙ୍କର ନବ ବର୍ଷ । ଏହି ନବ ବର୍ଷରେ ପ୍ରତେକ ଓଡ଼ିଆଙ୍କ ଘରେ ଘରେ ପିଠା ପଣାର ଆସର ହୋଇଥାଏ । କିନ୍ତୁ ଏବର୍ଷ ଏକ ଦେଖା ଯାଉ ନଥିବା ଭୁତାଣୁ (କରୋନା) ସଂକ୍ରମଣ କାରଣରୁ ସାରା ଦୁନିଆ ହାହାକାରରେ ବଞ୍ଚୁଅଛି । ଆମ ରାଜ୍ୟରେ ମଧ୍ୟ ଏହି ଭୁତାଣୁ ତାର ଗୋଡ଼କୁ ପ୍ରସାରିତ କରିବାରେ ଚାଲୁଅଛି । ସେହି କାରଣରୁ ଏବର୍ଷ ଓଡ଼ିଆ ନବବର୍ଷ ଫିକା ପଡ଼ିଅଛି । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ନବବର୍ଷ ଉପଲକ୍ଷେ ସୁଭେତ୍ସା ଜଣାଇଛନ୍ତି ।

ରାଜ୍ୟବାସୀଙ୍କୁ ମହାବିଷୁବ ସଂକ୍ରାନ୍ତି ଓ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ । ଆମ ସମସ୍ତଙ୍କୁ ଦୃଢତାର ସହ କରୋନା ମୁକାବିଲା ପାଇଁ ଶକ୍ତି ଦେଉ ବୋଲି ନବୀନ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି ।

ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଏକ ସ୍ୱତନ୍ତ୍ର ରୂପରେ ନୀତିକାନ୍ତି ପାଳନ ହୋଇଥାଏ । ଏହି ଅବସରରେ ନୂଆ ପାଞ୍ଜି ଆଜିଠାରୁ ପ୍ରଚଳିତ ହେବ । ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ଏହା ବର୍ଷର ପ୍ରଥମ ଦିନ । ଆଜି ପଣା ସଂକ୍ରାନ୍ତି ବା ଜଳ ସଂକ୍ରାନ୍ତିରେ ପଣା ପାନ କରାଯାଏ । ଏହି ଦିନ ମନ୍ଦିର ଗୁଡ଼ିକରେ ଛତୁଆ ଓ ପଣାଭୋଗ ଲଗାଯାଇଥାଏ ।


ସେୟାର କରନ୍ତୁ