ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀ ଗୁରୁତର

ରାଜ୍ୟ
ସେୟାର କରନ୍ତୁ

କଙ୍କଡ଼ାହାଡ : ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀ ଗୁରୁତର ହୋଇଥିବା ଜଣାପଡିଛି । ଏହି ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ଼ ରେଞ୍ଜ ଗଡ଼ ପଳାଶୁଣୀ ଗାଁ’ର ବଡସାହିରେ । ଗୁରୁତର ହୋଇଥିବା ଚାଷୀ ଜଣଙ୍କ ହେଉଛନ୍ତି ଦୟାନିଧି ସିଂ ।

ସୂଚନା ମୁତାବକ, ଦୟାନିଧି ସିଂ ଆଜି ସକାଳେ ଘରୁ ଚାଷ ଜମିକୁ ଯାଉଥିବା କହି ଯାଉଥିଲେ । ଯିବା ବାଟରେ ସୌଚ ହେଉଥିବାବେଳେ ଗୋଟିଏ ଦନ୍ତା ହାତୀ ତାଙ୍କୁ କଚାଡି ଦେଇଥିଲା । ଯାହା ଫଳରେ ତାଙ୍କ ଗୋଡ଼ ହାତ ଓ ଆଖିରେ ଗଭୀର ଆଘାତ ଲାଗିଥିଲା । ତେବେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ଦୟାନିଧିଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଅଛି ।

ତେବେ ଅନ୍ୟ ପକ୍ଷରେ କହିବାକୁ ଗଲେ ଏ ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରବ ଲାଗିରହିଛି । ଏକ୍ଷେତ୍ରରେ ବନ ବିଭାଗ ଠୋସ ପଦକ୍ଷେପ ନେଉ ନଥିବା ହେତୁ ଜନମାନସରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।


ସେୟାର କରନ୍ତୁ