ନିଜକୁ ଐଶୂର୍ଯାଙ୍କ ପୁଅ ବୋଲି ଦାବୀ କଲେ ଏହି ଯୁବକ ପଢନ୍ତୁ କିଏ ଏହି ଯୁବକ

ଭାଇରାଲ
ସେୟାର କରନ୍ତୁ

କିଛିଦିନ ତଳେ ଜଣେ ମହିଳା ନିଜକୁ ଅନୁରାଧା ପଡ଼ଓ୍ବାଲଙ୍କ ଝିଅ କହି ଚର୍ଚ୍ଚାକୁ ଆସିଥିବାବେଳେ ଏବେ ଜଣେ 32 ବର୍ଷୀୟ ଯୁବକ ନିଜକୁ ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କ ପୁଅ ବୋଲି ଦାବି କରି ଚର୍ଚ୍ଚାକୁ ଆସିଛନ୍ତି । ପ୍ରାୟ ବର୍ଷକ ତଳେ ସଂପୃକ୍ତ ଯୁବକ ନିଜକୁ ଐଶ୍ୱର୍ଯ୍ୟାଙ୍କ ପୁଅ ବୋଲି ମଧ୍ୟ ଦାବି କରିଥିଲେ ।

ଏକ ରିପୋର୍ଟ ଅନୁଯାୟୀ, ମାଙ୍ଗାଲୋରରେ ରହୁଥିବା 32 ବର୍ଷୀୟ ସଙ୍ଗୀତ କୁମାର ନିଜକୁ ଐଶ୍ୱର୍ଯ୍ୟାଙ୍କ ପୁଅ ବୋଲି କହିଛନ୍ତି । ତାଙ୍କୁ ଐଶ୍ୱର୍ଯ୍ୟା ଆଇଭିଏଫ୍‌ ଜରିଆରେ ଲଣ୍ଡନରେ ଜନ୍ମ ଦେଇଥିବା ସୋସିଆଲ ମିଡିଆରେ କହିଛନ୍ତି । ସଙ୍ଗୀତ କହିଛନ୍ତି, 1988 ମସିହାରେ ତାଙ୍କର ଜନ୍ମ ଲଣ୍ଡନରେ ହୋଇଥିଲା । ସେତେବେଳେ ଐଶ୍ୱର୍ଯ୍ୟାଙ୍କୁ 15 ବର୍ଷ ହୋଇଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ପିତା ତାଙ୍କୁ ଯେତେବେଳେ ବିଶାଖାପାଟଣା ଆଣି ଆସିଥିଲେ ଐଶ୍ୱର୍ଯ୍ୟାଙ୍କ ମାତାପିତା ଦୁଇବର୍ଷ ପର୍ଯ୍ୟନ୍ତ ତାଙ୍କର ଦେଖାଶୁଣା କରୁଥିଲେ । ତାଙ୍କର ଜନ୍ମ ପ୍ରମାଣପତ୍ରକୁ ତାଙ୍କ ସମ୍ପର୍କୀୟମାନେ ଚିରି ଦେଇଥିଲେ । ଏବେ ସଙ୍ଗୀତ ଚାହୁଁଛନ୍ତି ମୁମ୍ବାଇ ଫେରିଯିବାକୁ ।

ଐଶ୍ୱର୍ଯ୍ୟାଙ୍କ ସହିତ ସେଠାରେ ମିଶି ରହିବାକୁ ଇଚ୍ଛା କରିଛନ୍ତି । ସୋସିଆଲ ମିଡିଆରେ ଯେତେବେଳେ ଏକଥା ଜଣାପଡ଼ିଲା ପୋଲିସ ସଙ୍ଗୀତଙ୍କୁ ମାନସିକ ବିକାରଗ୍ରସ୍ତ ବୋଲି କହିଛି । ମାତ୍ର ଏକଥାରେ କେତେ ସତ୍ୟତା ଅଛି ତାହା ଦେଖିବାକୁ ବାକି ରହିଲା ।


ସେୟାର କରନ୍ତୁ